November 22, 2024

ସନାତନ ଧର୍ମ ଉପରେ ଅଶ୍ଳୀଳ ମନ୍ତବ୍ୟ କୁଶପୁତ୍ତଳିକା ଦାହ——-

Share

ସନାତନ ଧର୍ମ ଉପରେ ଅଶ୍ଳୀଳ ମନ୍ତବ୍ୟ କୁଶପୁତ୍ତଳିକା ଦାହ——-
ମୋହନା—– ତାମିଲନାଡୁ ମୂଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟlଲିନ ସନାତନ ଧର୍ମ ଉପରେ ଦେଇଥିବା ଅଶ୍ଳୀଳ ମନ୍ତବ୍ୟକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି l ଶନିବାର ଏହାର ପ୍ରତିବାଦ ରେ ଗଜପତି ଜିଲ୍ଲା ମୋହନା ରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏକ ପ୍ରତିବାଦ ସଭା କରିବା ସହ ବାଇକ୍ ଶୋଭାଯାତ୍ରା କରି ବଜାର ପରିକ୍ରମା କରିଥିଲେ l ଏହାପରେ ମୋହନା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଦୟନିଧି ଷ୍ଟlଲିନ ଓ ଡି.ରାଜା ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ l ଏହି ଅବସରରେ ତୁରନ୍ତ ସେମାନଙ୍କୁ ଗିରଫ କରିବା ପାଇଁ ମୋହନା ଥାନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏସଆଇ ପ୍ରତାପ ବେହେରାଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ l ଏଥିରେ ବିଶ୍ବହିନ୍ଦୁ ପରିଷଦ ସଂଗଠକ ତରଣୀସେନ ଦାସ , ଆରଏସଏସ ସହ ପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ୍ ଯୋଗଦେଇ ଗତ କିଛି ଦିନ ହେଲା ସନାତନ ଧର୍ମ ଉପରେ ଅନେକ ନେତା କଟୁ ମନ୍ତବ୍ୟ ଦେଉଛନ୍ତି ବୋଲି କହିଛନ୍ତି l ତାମିଲନାଦୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟlଲିନ ଏକ ଧର୍ମସଭାରେ ଯୋଗଦେଇ ସନାତନ ଧର୍ମ ଡେ଼ଙ୍ଗୁ, ମଶା , ମ୍ୟାଲେରିଆ ଭଳି ରୋଗ l ତେଣୁ ଏହାକୁ ମୂଳୋତ୍ପାଟନ କରିବା ଦରକାର ବୋଲି କହିଥିଲେ l ତାଙ୍କର ଏହି ମନ୍ତବ୍ୟ କୁ ସମର୍ଥନ ଜଣାଇ ଅନ୍ୟ ଜଣେ ମନ୍ତ୍ରୀ ଡି.ରାଜା ମଧ୍ୟ ସନାତନ ଧର୍ମ ଉପରେ କଟୁ ମନ୍ତବ୍ୟ ଦେଇଥିଲେ l ତାଙ୍କର ଏହି ମନ୍ତବ୍ୟ ସନାତନ ଧର୍ମ ତଥା ହିନ୍ଦୁ ସମାଜକୁ ବ୍ୟଥିତ କରିଛି l ଏହାକୁ ନେଇ ବର୍ତ୍ତମାନ ସାରା ଦେଶରେ ସନାତନ ଧର୍ମ ତଥା ହିନ୍ଦୁ ସମାଜ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଶନିବାର ମୋହନlରେ ଆୟୋଜିତ ପ୍ରତିବାଦ ସଭାରେ ଷ୍ଟlଲିନ ଓ ଡି. ରାଜାଙ୍କ କୁଶପୁତ୍ତଳିକା କୁ ଘୋଷାଡି ଘୋଷାଡି ନେଇ ଥାନା ଆଗରେ ଦାହ କରିଥିଲେ l ଏହି କାର୍ଯ୍ୟକ୍ରମକୁ ହିନ୍ଦୁ ସଙ୍ଗଠକ ପ୍ରଶାନ୍ତ ସୁବୁଦ୍ଧି, ବଙ୍ଗାଳୀ ଜlନୀ ଓ ଚୈତନ୍ୟ ମଲିକ ପରିଚlଳନl କରିଛନ୍ତି l