June 18, 2026

୧୩ ଦଫା ଦାବିକୁ ନେଇ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ଓ ସହାୟିକା ସଙ୍ଘର ଧାରଣା

IMG-20230916-WA0029
Share

୧୩ ଦଫା ଦାବିକୁ ନେଇ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ଓ ସହାୟିକା ସଙ୍ଘର ଧାରଣା
ବୁଗୁଡ଼ା : ତା ୧୬/୦୯/୨୩ : ବୁଗୁଡ଼ା ବ୍ଲକ ପାଚିକା ଓ ସହାୟିକା ସଙ୍ଘ ପକ୍ଷରୁ ୧୩ ଦଫା ଦାବିକୁ ନେଇ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ନିଖିଳ ଓଡିଶା ଏମଡିଏମ ପାଚିକା ଓ ସହାୟିକା ସଙ୍ଘର ଆହ୍ୱାନ କ୍ରମେ ଜିଲ୍ଲା ସଭାପତି ରାଜେନ୍ଦ୍ର ଦାସଙ୍କ ନେତୃତ୍ଵରେ ବୁଗୁଡ଼ା ବ୍ଲକ ସଙ୍ଘ ସଭାନେତ୍ରୀ ରୁନୁ ବେହେରା, ସମ୍ପାଦିକା ସୁନିତା ଦୋରା ଓ କୋଷାଧ୍ୟକ୍ଷା ମଞ୍ଜୁଳା ପରିଡ଼ାଙ୍କ ସମେତ ଶତାଧିକ ସଦସ୍ୟା ବୁଗୁଡ଼ା ବଳଦେବ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ବିଇଓ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କୁ ସର୍ବ ନିମ୍ନ ମଜୁରୀ ପ୍ରଦାନ, ନିର୍ଦ୍ଧିଷ୍ଟ ତାରିଖରେ ପ୍ରାପ୍ୟ ପ୍ରଦାନ, ଦୁର୍ଘଟଣା ଜନିତ କ୍ଷତିପୂରଣ, ସାମାଜିକ ସୁରକ୍ଷା ସହ ପରିଚୟ ପତ୍ର ପ୍ରଦାନ, ସ୍ୱାସ୍ଥ୍ୟ ବୀମା ଆଦି ୧୩ ଦଫା ସମ୍ଭଳିତ ଦାବୀ ପତ୍ର ବିଇଓ ଚିନ୍ମୟ ମହାପାତ୍ରଙ୍କୁ ପ୍ରଦାନ କରିଥିଲେ l ଏ ଅବସରରେ ଧାରଣା ସ୍ଥଳରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ ଧାରଣା ସ୍ଥଳରେ ପହଞ୍ଚି ପାଚିକା ଓ ସହାୟିକାଙ୍କ ଦାବିଗୁଡିକୁ ଯୁକ୍ତିଯୁକ୍ତ ଦର୍ଶାଇ ସମର୍ଥନ ଜୁଟାଇଥିଲେ ।

You may have missed