August 8, 2026

ଝଙ୍କଡ଼ ଶାରଳାଙ୍କ ରୂପା ଛାଉଣୀ କବାଟର ଶୁଭଉନ୍ମୋଚନ !!

IMG-20250520-WA0062
Share

       ଝଙ୍କଡ଼:- ତା ୨୦/୫/୨୦୨୫ ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରର ଗର୍ଭଦ୍ୱାର, ପ୍ରବେଶ ପଥରେ ଥିବା ଦ୍ଵାରରେ ଶିଶୁକାଠ ରେ ନିର୍ମିତ ହେଇଥିବା କବାଟ ଉପରେ ରୂପା ଛାଉଣୀ କରାଯାଇ, ଚନ୍ଦନ ଯାତ୍ରା ର ଉଦଯାପନୀ ଉତ୍ସବରେ, ମାଆଙ୍କ ଚନ୍ଦନ ଲାଗି ପରେ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଘାଟନ କରାଯାଇଛି । ଝଙ୍କଡ଼ ସାରଳା ପୀଠ ସ୍ଥିତ ଜଗନ୍ନାଥ ମହୋତ୍ସବ କମିଟି ଓ ମାଆଙ୍କ ସେବାୟତ ମାନଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଦ୍ଵାରା ଏହି ରୌପ୍ୟନିର୍ମିତ କବାଟ ର ଉଦଘାଟନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ , ସମ୍ପାଦକ କ୍ଷୀରୋଦ କୁମାର ରାଉଳ , କୋଷାଧ୍ୟକ୍ଷ ବିଶ୍ୱରଂଜନ ରାଉଳ ଙ୍କ ସମେତ ବିଳାସ ଚନ୍ଦ୍ର ବେହେରା , ସତ୍ୟଭୂଷଣ ଦାସ, ଦେବୀ ପ୍ରସାଦ ରାଉଳ, ହରେକୃଷ୍ଣ ରାଉଳ, ତ୍ରିଲୋଚନ ରାଉଳ, ଗୋପାଳ ଚରଣ ଖଟୁଆ, ସନ୍ତୋଷ ମହାନ୍ତି , ବିଜୟ କୁମାର ରାଉଳ, ହରେକୃଷ୍ଣ ନାୟକ, ରମେଶ ଚନ୍ଦ୍ର ସାହୁ, ଭାଗିରଥୀ ସାହୁ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ଏହି ସମାରୋହ ରେ ବରିଷ୍ଠ ଆଇନଜୀବି ଦେବସ୍ନାନ ଦାସ, ଡଃ ଅମରେନ୍ଦ୍ର ଦାସ, ପୁର୍ବତନ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା , ଜଗତସିଂହପୁର ପୌରାଧ୍ୟକ୍ଷା ଶ୍ରୀମତୀ ଅର୍ଚନା ସିଂହ,ସମାଜସେବୀ ବିବେକାନନ୍ଦ ସାମନ୍ତରାୟ , ପୁର୍ବ ସିଂହଭୂମି ଉତ୍କଳ ସମ୍ମିଳନୀ ର କର୍ମକର୍ତ୍ତା ପ୍ରଦୀପ୍ତ କୁମାର ଦାସ , ବାବାଜୀ ସୀତାରାମ ଦାସ ମହାରାଜ, ପଣ୍ତିତ ଶରତ ଚନ୍ଦ୍ର ଦାଶ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏହି ଉତ୍ସବରେ ମାଆଙ୍କ ବଡ଼ପଣ୍ଡା ପ୍ରଜ୍ଞାଦିପ୍ତ ପଣ୍ଡା, ପରିଚ୍ଛା ଦୁର୍ଗା ଚରଣ ପଣ୍ଡା ଙ୍କ ଓ ସମସ୍ତ ସେବାୟତ ମାନେ ପୂଜାର୍ଚ୍ଚନା କରିଥିବା ବେଳେ, ସ୍ଥାନୀୟ ଅଞ୍ଚଳର ସମସ୍ତ ଅଧିବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ

You may have missed