April 29, 2026

ବୁଗୁଡ଼ାରେ ୭୯ତମ ସ୍ବାଧୀନତା ଦିବସ ପାଳିତ

IMG-20250816-WA0067
Share

 

ବୁଗୁଡ଼ା : ତା ୧୬/୦୮/୨୫ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ

ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ

ପତାକା ଉତ୍ତୋଳନ ପୂର୍ବକ ୭୯ତମ ସ୍ବାଧୀନତା ଦିବସ

ଆନନ୍ଦ-ଉଲ୍ଲାସରେ ପାଳିତ ହୋଇଯାଇଛି ।ଏ ଅବସରରେ ସ୍ଥାନୀୟ ସ୍ଥାନୀୟ ମିଡିଆ କ୍ଲବରେ ସଭାପତି ଅନିଲ ପଟ୍ଟନାୟକ , ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସଭାପତି ୟୁ.ପୂର୍ଣ୍ଣଚନ୍ଦ୍ର ପାତ୍ର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସଭାପତି ପ୍ରମୋଦ ଚନ୍ଦ୍ର ସେନାପତି , ନିୟୁ ଏରା ପବ୍ଲିକ୍ ସ୍କୁଲରେ ସଭାପତି କାଳୀ ଚରଣ ଦାଶ , ବି.ଏନ୍.ପବ୍ଲିକ୍ ସ୍କୁଲରେ ଏମଡି ଚନ୍ଦନ ଚର୍ଚ୍ଚିତ ପାତ୍ର, ପିପୁଲ୍ସ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା , ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ କୃଷ୍ଣପ୍ରିୟା ମହାରଣା , ପିପୁଲ୍ସ କଲେଜରେ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ର , ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁ ,ମାଣିତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା , ବାଲିପଦର ଡିଗ୍ରୀ କଲେଜରେ ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ଓ ଫାଣ୍ଡିରେ ଅଧିକାରୀ କେ.ନିଳାଦ୍ରୀ ରେଡି , ଏନ୍ଏସି କାର୍ଯ୍ୟାଳୟରେ ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ,ବ୍ଲକ କାର୍ଯ୍ଯାଳୟରେ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ତାପସ ରାଉତ , ଜେଏମଏଫସି କୋର୍ଟରେ ବିଚାରପତି ସୁଧାଶ୍ରୀ ସୁରଝାଲିଆ , ପୋଲିସ ଥାନାରେ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ,ବନ ବିଭାଗ କାର୍ଯ୍ୟାଳୟରେ ରେଞ୍ଜର ପ୍ରଦୀପ କୁମାର ମିଶ୍ର, ବାଘୁଆ ଜଳସେଚନ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ, କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଗୟାଚାନ୍ଦ ନାୟକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଲମ୍ବୋଦର ବେହେରା, କାରଗିଲ ଶହୀଦ ସ୍ମୃତି ପୀଠରେ ସଭାପତି ସୂର୍ଯ୍ୟ ନାରାୟଣ ଦାଶ, ବିଜୁ ସେବା ସଦନରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।