୭୯ତମ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ମଧୁସୂଦନ ସିଂହାରୀ .
ଗତକାଲି ୭୯ତମ ସ୍ୱାଧୀନତା ଦିବସ ସାରା ଭାରତ ବର୍ଷରେ ବିଦ୍ୟାଳୟ ମହାବିଦ୍ୟାଳୟ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଥିବାବେଳେ ପୁରୀ ସହରର ଶିଳ୍ପସଂସ୍ଥା ହୋଟେଲ ଅନନ୍ୟା ପ୍ରାଇଡ ପରିସରରେ ୭୯ତମ ସ୍ୱାଧୀନତା ଦିବସ ମହାଡ଼ମ୍ବରରେ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ମଧୁସୂଦନ ସିଂହାରୀ ଜାତୀୟ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ରଖି ମିଠାଈ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ହୋଟେଲ ମ୍ୟାନେଜର ଦୟାଶଙ୍କର ପରମାର ଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ଅନ୍ୟ ରାଜ୍ୟର ପର୍ଯ୍ୟଟକମାନେ ପୂର୍ଣ୍ଣ ସହଯୋଗ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
