ପାହାଡଶ୍ରୀଗିଡାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ 

IMG-20250816-WA0032
Share

 

 

ବରଗଡ (ସୁରେନ୍ଦ୍ର କଠାର)

 

ଅଦ୍ୟ ତା:- ୧୬/୦୮/୨୦୨୫ ରିଖ ଶନିବାର ଦିନ ସକାଳ ପ୍ରାୟ ୧୦ ଟା ରେ ଆମ ଲାଲ ଆଡୋଲେଶ୍ୱର୍ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ର ସ୍ଥାୟୀ ସଭାପତି ଶ୍ରୀମତୀ ତପସ୍ଵିନୀ ମେହେର ଙ୍କ ସଭାପତିତ୍ବ ରେ ” ଆସ ସ୍କୁଲ୍ ଯିବା ” କାର୍ଯ୍ୟକ୍ରମ କୁ ନେଇ ଏକ ସ୍ବତନ୍ତ୍ର ଅଭିଭାବକ ,ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ରେ ଅଧାରୁ ପାଠ ଛାଡିଥିବା ,ଆଦୌ ନାମ ନାମ ଲେଖା ହୋଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲା ମାନଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ “ଆସ ସ୍କୁଲ୍ ଯିବା” କାର୍ଯ୍ୟକ୍ରମ ର ବିଭିନ୍ନ ତଥ୍ୟ କୁ ନେଇ ଆଲୋଚନା କରାଯାଇଥିଲା । ପରି ଶେଷ ରେ ପିଲାମାନଙ୍କ ଦ୍ଵାରା ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ର ସଦସ୍ୟ ଆସ ସ୍କୁଲ୍ ଯିବା କମିଟି ର ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ।