April 30, 2026

ତାଳତୁମ୍ବ ବୀଣାପାଣି ଶିଶୁ ବିଦ୍ୟାମନ୍ଦିର ୭୮ତମ ସ୍ୱାଧୀନତା ଦିବସ ପାଳିତ..

IMG-20240816-WA0003
Share

ବୋଲଗଡ଼, (ଉପାନ୍ତ ଖବର ):୭୮ତମ ସ୍ୱାଧୀନତା ଦିବସ ଅବସରରେ ବୋଲଗଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ପାଳନ ଅବସରରରେ ବୀଣାପାଣି ଶିଶୁ ବିଦ୍ୟାମନ୍ଦିର,ତାଳତୁମ୍ବ ରେ ଅନୁଷ୍ଠାନ ର କର୍ମକର୍ତ୍ତା ପୂର୍ଣ୍ଣଚନ୍ଦ୍ର ରଥ ପତକା ଉତୋଳନ କରିଥିଲେ। ଏଥି ସହିତ ଛୋଟ ଛୋଟପିଲାମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏବଂ ପରେ ଗୁରୁଜୀ ପ୍ରଫୁଲ୍ଲ ରାଉତ ଙ୍କ ତତ୍ତ୍ଵାବଧାନ ରେ ବିଦ୍ୟାମନ୍ଦିର ର କର୍ମକର୍ତ୍ତା,ସସମ୍ପାଦକ ବିଜୟ କୁମାର ନାୟକ,ସରପଞ୍ଚ ପ୍ରଦୀପ କୁମାର ବାରିକ ଏବଂ କୁନି କୁନି ପିଲାଙ୍କୁ ନେଇ ସଭାକାର୍ଯ୍ୟ କରାଯାଇଥିଲା।ଏଥିରେ କୁନି କୁନି ପିଲାମାନଙ୍କୁ ସ୍ୱାଧୀନତା ସଂମ୍ପର୍କରେ ଏବଂ ମହା ପୁରୁଷ ମାନଙ୍କର ଜୀବନ ଗାଥା ଉପରେ ଆଲୋକପାତ କରିଥିଲେ।ପରିଶେଷରେ କ୍ଳାସ ୱାନର ଛାତ୍ର ସାଇ ସୁଭମ ନାୟକ ସ୍ୱାଧୀନତା ସଂମ୍ପର୍କରେ ସୁନ୍ଦର ଭାବରେ ବକ୍ତବ୍ୟ ଦେଇ ଥିଲେ। ଏହି ସଭାକାର୍ଯ୍ୟରେ ଅନୁଷ୍ଠାନର ଗୁରୁଜୀ ଓ ଗୁରୁମା ମାନେ ସହଯୋଗ କରିଥିଲେ।

 

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।