August 31, 2026

ଅମସ୍ତଲା ଗ୍ରାମପରିସରରେ ବୃକ୍ଷରୋପଣ 

IMG-20260831-WA0041
Share

 

 

ଅତାବିରା,ତା ୩୧/୮

ଅତାବିରା ବ୍ଲକସ୍ଥିତ ଲରମ୍ଭା ଗ୍ରାମପଂଚାୟତର ଅମସ୍ତଲା ଗ୍ରାମବାସୀଙ୍କ ଦ୍ୱାରା ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗ୍ରାମ୍ୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି | ଏଥିରେ ଗ୍ରାମର ଛାତ୍ରଛାତ୍ରୀ ବରିଷ୍ଠ ନାଗରିକ, ପରିବେଶପ୍ରେମୀ ଓ ସ୍ବେଚ୍ଛାସେବୀ ଯୋଗଦାନ କରିଥିଲେ | ଏହି ଅବସରରେ ଆମ୍ବ, ନିମ୍ବ, ଅଁଳା, ଶିଶୁ, କୃଷ୍ଣଚୂଡ଼ା ଇତ୍ୟାଦି ପ୍ରାୟ ଦୁଇସହ ଚାରା ରୋପଣ କରାଯାଇଥିଲା |

ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଏକ ବିରାଟ ସମସ୍ୟା ଥିବାରୁ ଏଭଳି ପଦକ୍ଷେପକୁ ଅଞ୍ଚଳରେ ସାଧୁବାଦ ଜ୍ଞାପନ କରାଯାଇଅଛି |