ନବରଙ୍ଗପୁର ରାଜା ଚୈତନ୍ୟ ଦେବ ହାଇସ୍କୁଲ ୧୯୯୯ ବ୍ୟାଚ୍ର ଗେଟ୍-ଟୁଗେଦର……
ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ)
ରାଜା ଚୈତନ୍ୟ ଦେବ ହାଇସ୍କୁଲର ୧୯୯୯ ବ୍ୟାଚ୍ର ପୁରାତନ ଛାତ୍ରଛାତ୍ରୀଙ୍କ ଗେଟ୍-ଟୁଗେଦର କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଦୀର୍ଘ ବର୍ଷ ପରେ ପୁରୁଣା ସାଙ୍ଗମାନେ ଏକାଠି ହୋଇ ପରସ୍ପରଙ୍କ ସହ ସ୍ମୃତି ବାଣ୍ଟିଥିଲେ। ଏହି ଅବସରରେ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ବିଜୟ ଚୌଦ୍ୱାର ଓ ଜଗନ୍ନାଥ ଦାସ ଉପସ୍ଥିତ ରହି ପୁରାତନ ଛାତ୍ରମାନଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ୧୦୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ର ଯୋଗଦେଇ ନିଜର ପୁରୁଣା ସ୍ମୃତିକୁ ମନେ ପକାଇଥିଲେ। ସାଙ୍ଗମାନଙ୍କ ମଧ୍ୟରେ ଦୀର୍ଘଦିନ ପରେ ଦେଖାସାକ୍ଷାତ ହେବା ସହ ହସଖୁସି, ଆଲୋଚନା ଓ ଭୋଜିର ଆସର ଜମିଥିଲା। ଏହି ଗେଟ୍-ଟୁଗେଦର ପୁରୁଣା ବନ୍ଧୁତ୍ୱକୁ ଆହୁରି ମଜବୁତ କରିବା ସହ ସମସ୍ତଙ୍କ ମନରେ ଅଭୁଲା ସ୍ମୃତି ଛାଡ଼ିଯାଇଥିଲା।
