July 2, 2026

ସିଣ୍ଢୋଲ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

IMG-20230816-WA0094
Share

ସିଣ୍ଢୋଲ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ସିଣ୍ଢୋଲ ଗ୍ରାମ ପଞ୍ଚାୟତ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଶିବିରରେ ଡାକ୍ତର ବବଲୁ ସେଠି ଏବଂ ସହଯୋଗୀ ବାଦଲ ଭୋଇ,ପ୍ରତ୍ୟଲୋକ ସାହୁ, ଫାର୍ମାସିଷ୍ଟ ଅଭିନାଶ ସିଂ ସାମଲ ଏବଂ ଜିଲ୍ଲା କୋରଡିନେଟର ଧର୍ମରାଜ ନାଏକ ଯୋଗଦେଇ ସର୍ବମୋଟ ୮୦ ଜଣଙ୍କୁ ଚକ୍ଷୁ ପରୀକ୍ଷା କରିଥିଲେ l ସେଥି ମଧ୍ୟରୁ ୨୦ ଜଣଙ୍କୁ ଅସ୍ତ୍ରପ୍ରଚାର ପାଇଁ ମହାନଦୀ ନେତ୍ର ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ୬୦ ଜଣଙ୍କୁ ମାଗଣା ଔଷଧ ସହ ଚଷମା ପ୍ରଦାନ କରିଥିଲେ l ଶିବିରରେ ସିଣ୍ଢୋଲ ସରପଂଚ ପ୍ରଦିପ କୁମାର ଦେହେରି, ୱାର୍ଡ୍ ସଭ୍ଯ ସୁରଥ କୁମ୍ଭାର , ନମିତା ଭୁକ୍ତା, ଗିତା ସେଠି, ଗରିବ ସେଠି, ଶୁନା ପୁଟେଲ, ସୁରେଶ ସାହୁ, ସାମସନ ଲୁଗୁନ, ସାବିତ୍ରୀ ଭୋଏ, ଡୁଲେଶ୍ବରୀ ବାଘ, ପିଇଓ ପୁର୍ଣ୍ଣଚନ୍ଦ୍ର ପୁରୋହିତଙ୍କ ସମେତ ବିଭିନ୍ନ ପଞ୍ଚାୟତର କତ୍ତୃପକ୍ଷ ସାମିଲ ହୋଇ ସହଯୋଗ କରିଥିଲେ।

You may have missed