June 15, 2026

ଗଜପତି ଜିଲ୍ଲା ଆମ ଆଦମୀ ଦଳ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୭ତମ ସ୍ବାଧିନତା ଦିବସ ପାଳିତ

IMG-20230816-WA0044
Share

ଗଜପତି ଜିଲ୍ଲା ଆମ ଆଦମୀ ଦଳ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଠାରେ ୭୭ତମ ସ୍ବାଧିନତା ଦିବସ ପାଳିତ

ପାରଳାଖେମୁଣ୍ଡି:୧୬/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଏବଂ ଗୋଷାଣୀ ବ୍ଲକ ଅନ୍ତର୍ଗତ ରାମସାଗର ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦଳୀୟ ସାଥୀ ଯୁବ ଉଦ୍ୟୋଗୀ ଶ୍ରୀ ସୁଦୀପ୍ତ ରାଜଗୁରୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା କାର୍ଯ୍ୟାଳୟ ରେ ପତାକା ଉତ୍ତୋଳନ କରିଥିବା ବେଳେକେ.ଜଗଦୀଶ ରାମସାଗର ଠାରେ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦେଶରେ ଏକତା,ଶାନ୍ତି, ମୈତ୍ରୀ ଓ ଭାଇଚାରାର ପ୍ରତିଷ୍ଠା ପାଇଁ ଏକାଠି ହେବା ସହ ସାମାଜିକ ନ୍ୟାୟ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରୋଜଗାର ଏବଂ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଦୂର କରି ଜିଲ୍ଲା ତଥା ଦଶର ବିକାଶ କାର୍ଯ୍ୟ ରେ ନିଜକୁ ସମର୍ପିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା,ବରିଷ୍ଠ ସଦସ୍ୟ କିଶୋର ଚନ୍ଦ୍ର ଗୁରୁ, ଲିଙ୍ଗରାଜ ପାଣିଗ୍ରାହୀ,ଲୋଗସ୍ ଦାସ୍ ବର୍ଦ୍ଧନ, ତ୍ରିନାଥ ପଟ୍ଟନାୟକ,ବିରଞ୍ଜନ ମାଝୀ,ଜି.ଚନ୍ଦ୍ରା ରାଓ, ଉମାକାନ୍ତପଟ୍ଟନାୟକ,ଏଲିୟାଜର ମଣ୍ଡଳ,ଜିୟୁସୟ ମଣ୍ଡଳ,ସୁଆଳ ଲୁଆରା,ଆକାଶ ଦାସ୍,ସନ୍ଦିପ ସୂର୍ଯ୍ୟବଂଶୀ, ଅନୀଲ ପଣ୍ଡା, ଶେଖ୍ ମୁଜିବ, ସନ୍ତୋଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

You may have missed