ଆଜିର ଖବର..
୧-ତେଲ ଦୁଃଖ, ଓଳିଏ ଥିଲେ ଓଳିଏ ନାହିଁ।
ସବୁଠିଁ ଅସମ୍ଭାଳ ଭିଡ଼। ତାଗିଦ୍ ସତ୍ତ୍ୱେ ସ୍ଥିତି ସୁଧୁରିଲା ନାହିଁ।
୨-ଭୁବନେଶ୍ୱର:ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ସହର ବଜାର।କେମିତି ହେବ ବା ସାବିତ୍ରୀ ବ୍ରତ ? ଫଳ ବଜାରରେ ତ ନିଆଁ, ଚିନ୍ତାରେ ଏବେ ସତ୍ୟବାନ!
୩-ରାଜ୍ୟରେ ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା।ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହୋଇଛି।
୪-ରାଜ୍ୟରେ ତେଲର ଅଭାବ ନାହିଁ, ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ : ମନ୍ତ୍ରୀ
୫-ଭୁବନେଶ୍ୱର: ଶକ୍ତି ସଂକଟରେ ଚଡ଼କ ପଡ଼ିଛି ଖାଉଟିଙ୍କ ମୁଣ୍ଡରେ। ପେଟ୍ରୋଲ, ଡିଜେଲ ହେଲା ୩ ଟଙ୍କା ମହଙ୍ଗା।
୬-ଭୁବନେଶ୍ୱର:ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ମେ’ ୧୮ ଏବଂ ୨୫ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି।
୭-ଭଦ୍ରକ:କାଡା ଡିଭିଜନ ଜୁନିଅର ଇଞ୍ଜିନିୟର ବିଜୟ କୁମାର ମହାନ୍ତି ଗିରଫ, ଯନ୍ତ୍ରୀଙ୍କର ୭ଟି ପ୍ଲଟ୍ ଠାବ,ଘରୁ ନଗଦ ୧ ଲକ୍ଷ ୭୩ ହଜାର ଓ ୩୫୦ ଗ୍ରାମ ସୁନା ଠାବ ହୋଇଛି ।
୮-ଆସିକା:ଖାକିରେ ଦାଗ, ସୁନା କିଣି ପଇସା ଦେଲେନି SDPO, ଶେଷରେ ହେଲେ ସସପେଣ୍ଡ।
୯-କଟକ:ଫିଟିଲା ସମାଧାନର ବାଟ, ବସ୍ ପାଇଁ ଉଦ୍ଦିଷ୍ଟ ରହିବ ସ୍ୱତନ୍ତ୍ର ପେଟ୍ରୋଲ୍ ପମ୍ପ।
୧୦-କଟକ:କନିକା ଛକସ୍ଥିତ ପେଟ୍ରୋଲ ପମ୍ପରେ ଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ, ୪୦୦୦ ଲିଟର ଗଛିତ ରଖି ଦେଉ ନଥିଲେ ତେଲ।
୧୧-କଟକ: ଟ୍ରାଫିକ ଛକରେ ନାହଁ ଛାମୁଣ୍ଡିଆ, ଅସହ୍ୟ ଖରାରେ ଲୋକେ କଲବଲ।
୧୨-ଭୁବନେଶ୍ୱର:ଗୋଟିଏ ଅଫିସ୍ରେ ଆଉ ଦୀର୍ଘଦିନ ନୁହେଁ,୩ ବର୍ଷ ହେଲେ ବଦଳି; ରାଜସ୍ୱ ବିଭାଗରେ କଡା ନିୟମ, ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ।
୧୩-ପେଟ୍ରୋଲ ଓ ଡିଜେଲ ଦର ପରେ ବଢ଼ିଲା ଖାଇବା ତେଲ ଦର,୧୫ କେଜି ପାମୋଲିନ୍ କୁ ୨୪୯୫ ଟଙ୍କା।
୧୪-ଭୁବନେଶ୍ୱର:କୋଳ ଉଜାଡ଼ି ଦେଲା କାଳ ଦୁର୍ଘଟଣା, ଚନ୍ଦକା ଦୁର୍ଘଟଣାରେ ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ।
୧୫-ଲକ୍ଷ୍ନୌ: ଚେନ୍ନାଇ ବିଜୟ ଧାରାରେ ବ୍ରେକ୍,ମାର୍ଶଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଲକ୍ଷ୍ନୌ ଠାରୁ ୭ ଓ୍ବିକେଟ୍ ରେ ହାରିଲା।
୧୬-NEET-UG 2026 ପେପର ଲିକ୍ ମାମଲା, ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା CBI।ଗିରଫ ଅଭିଯୁକ୍ତ ହେଲେ ପି.ଭି. କୁଲକର୍ଣ୍ଣି, ପୁଣେରେ ଜଣେ କେମିଷ୍ଟ୍ରି ଲେକ୍ଚରର ଥିଲେ।
୧୭-ବାରମ୍ବାର ପ୍ରଶ୍ନପତ୍ର ଲିକ୍ ପରେ ଚେତିଲା ଶିକ୍ଷା ମନ୍ତ୍ରାଳୟ।ଆସନ୍ତା ବର୍ଷରୁ ପରୀକ୍ଷା CBT ମୋଡ୍ରେ ହେବା ସହ ପୁନଃପରୀକ୍ଷା ପାଇଁ ନୂଆ ନିୟମ ମଧ୍ୟ ଆଣାଯାଇଛି।
୧୮-ମୁମ୍ବାଇ:ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୯୬.୧୪ ପାର୍।
୧୯-ଆବୁଧାବିରେ ପ୍ରଧାନମନ୍ତ୍ରୀ,ଭାରତ ଓ ୟୁଏଇ ମଧ୍ୟରେ ୭ ବୁଝାମଣା ପତ୍ର ସ୍ୱାକ୍ଷରିତ।
୨୦-ଇରାନକୁ ପୁଣି ଟ୍ରମ୍ପଙ୍କ ଧମକ: ବୁଝାମଣା ନ କଲେ ରହିବନି ଅସ୍ତିତ୍ୱ।
