April 27, 2026

ଆୟୁଷ ମହାବିଦ୍ୟାଳୟ ସରସ୍ଵତୀ ପୂଜା ପାଳିତ…

0o3
Share

 

 

ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟ ରେ ମହାଆଡମ୍ବର ସହକାରେ ବସନ୍ତ ପଞ୍ଚମୀ ନିମନ୍ତେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜା ଉତ୍ସବ ପାଳିତ ହୋଇଥିଲା।ଏଥିରେ ମହାବିଦ୍ୟାଳୟର ଉପଅଧ୍ୟକ୍ଷ ଶ୍ରୀଯୁକ୍ତ ରକି ଭୂୟାଁ ଓ ଶିକ୍ଷା ବିଭାଗର ଅଧ୍ୟାପିକା ଜ୍ୟୋତିର୍ମୟୀ ରାଉତ, ଓଡ଼ିଆ ବିଭାଗର ଅଧ୍ୟାପିକା ପିଙ୍କି ଗୌଡ, ଇତିହାସ ବିଭାଗର ଅଧ୍ୟାପିକା ଅମ୍ବିକା କୁମାରୀ ପାଢି ଏବଂ ସମସ୍ତ ଛାତ୍ରଛାତ୍ରୀ ଓ ନିମନ୍ତ୍ରଣ ଅତିଥି ମାନେ ମିଳିତ ଭାବେ ବସନ୍ତ ପଞ୍ଚମୀ ରେ ସରସ୍ଵତୀ ଙ୍କ ଆଗମନ ନେଇ ଆନନ୍ଦ ଉତ୍ସବ ସହକାରେ ପୂଜାର୍ଚନା କରିଥିଲେ। ସକାଳ ୯ ଘଣ୍ଟା ସମୟରେ ପୂଜା ଆରମ୍ଭ କରି ପୁରୋହିତଙ୍କ ମନ୍ତ୍ରପାଠ ଏବଂ ହୋମଯଜ୍ଞ ଦ୍ଵାରା ପୂଜା ସମ୍ପୂର୍ଣ୍ଣ କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏବଂ ଏହାପରେ ମହାବିଦ୍ୟାଳୟ ସମ୍ପାଦକ ସରସ୍ଵତୀ ଙ୍କ ନିକଟରେ ସମସ୍ତଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ଛାତ୍ରଛାତ୍ରୀମାନଙ୍କ ବିଦ୍ୟା, ଜ୍ଞାନ ର ବୃଦ୍ଧି ନିମନ୍ତେ ପ୍ରାର୍ଥନା କରିଥିଲେ। ପୂଜାର୍ଚନା ପରେ ସମସ୍ତେ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ମାନେ ପ୍ରସାଦ ସେବନ କରିଥିଲେ। ପରିଶେଷରେ ଓଡ଼ିଆ ବିଭାଗର ଅଧ୍ୟାପିକା ପିଙ୍କି ଗୌଡ ସରସ୍ଵତୀ ପୂଜା ସମସ୍ତଙ୍କ ସହଯୋଗ କ୍ରମେ ସୁନ୍ଦର ଭାବେ ପାଳିତ ହୋଇଥିବା ଯୋଗୁଁ ସମସ୍ତଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ।(ସଞ୍ଜିବ କୁମାର ଦାଶ ଙ୍କ ରିପୋର୍ଟ)