May 11, 2026

ଗଜରାଜ ପିଠିରେ କଂସ ମହାରାଜଙ୍କ ମଥୁରା ଭ୍ରମଣ 

IMG-20250116-WA0031
Share

 

ବୀମା ଅଭିଭୋକ୍ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଏଲଆଇସି ଏସଡିଏମଙ୍କୁ କଂସଙ୍କ ତାଗିଦ, ଦରବାରରେ ହାଜର ପାଇଁ କଡା ନିର୍ଦେଶ

 

ଡି ହଂସରାଜ ରାସ୍ତା ଜାମନେଇ କଂସ ମ୍ରିୟମାଣ, ରାସ୍ତା ଖାଲି କରିବାକୁ ଦୋକାନୀ ମାନଙ୍କୁ କଲେ ତାଗିଦ ପାର୍କିଂ ସୁବିଧା ପାଇଁ ମାରବଲ କଲ୍ୟାଣଙ୍କୁ କଡା ଚେତାବନୀ

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ)ଧନୁ ଯାତରାର ଦ୍ଵିତୀୟ ଦିବସରେ ମହାରାଜ କଂସ ଆଜି ଗଜରାଜ ପିଠିରେ ଭ୍ରମଣ କରି ରାଜ୍ୟ ବାସୀ ଓ ପ୍ରଜା ମାନଙ୍କ ଭଲ ମନ୍ଦ ଓ ସମସ୍ୟା ବୁଝିଛନ୍ତି।

 

ଦିନ ୧୦ ଟାରୁ ଅଇଁଠାପାଲି ପିଏଚଡ଼ି ପଡିଆରୁ ବୁଢାରଜା, ଫାଟକ, ଜିଏମ ବିଶ୍ୱବିଦ୍ୟାଳୟ ଛକ, ଚର୍ଚ୍ଚ ଛକ, ଧୁତୁରାପଡା, ଲଷ୍ମୀ ଟକିଜ ଛକ, ଗୋଲବଜାର ଓ ପିର ବାବା ଛକ ନେଇ ଗଙ୍ଗାଧର ମଣ୍ଡପରେ ପହଞ୍ଚି ଥିଲେ।

 

ଏହି ସମୟରେ ଏଲଆଇସି ଛକ ନିକଟରେ ମହାରାଜ କଂସ ବୀମା ଅଭିଭୋକ୍ତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଏଲଆଇସି ଏସଡିଏମଙ୍କୁ କଂସ ମହାରାଜ ତାଗିଦ କରି ଦରବାରରେ ହାଜର ହେବାପାଇଁ କଡା ନିର୍ଦେଶ ଦେଇଥିଲେ।

 

ଏପରିକି ଡି ହଂସରାଜ ରାସ୍ତା ଜାମନେଇ କଂସ ମ୍ରିୟମାଣ ହୋଇ ରାସ୍ତା ଖାଲି କରିବାକୁ ଦୋକାନୀ ମାନଙ୍କୁ କଡା ତାଗିଦ କରିବା ସହିତ ପାର୍କିଂ ସୁବିଧା ପାଇଁ ମାଲୱାର ଜ୍ୱେଲର୍ସ ଓ କଲ୍ୟାଣ ଜ୍ୱେଲର୍ସ ଙ୍କୁ କଡା ଚେତାବନୀ ଶୁଣାଇଛନ୍ତି।

 

ମହାରାଜ କଂସଙ୍କ ମଥୁରା ରାଜ୍ୟ ଭ୍ରମଣ ସମୟରେ ଏଭଳି ଜନ କଲ୍ୟାଣ ମୂଳକ ସଚେତନତା ନେଇ ମଥୁରା ନାଗରୀରେ ଉଲ୍ଲାସ ଖେଳି ଯାଇଛି। ଏହି ସମୟରେ ମହାରାଜା କଂସଙ୍କ ମନ୍ତ୍ରୀ ପରିଷଦ ମଧ୍ୟ୍ୟ ଉପସ୍ଥିତ ରହି ଆବଶ୍ୟକ ସ୍ଥଳେ ଜରିବାନା ଆଦାୟ କରିଥିଲେ।