May 11, 2026

ଆରମ୍ଭ ହେଲା ୧୫ ବର୍ଷ ରୁ କମ ବାଳକ ଫୁଟଵଲ ଚମ୍ପିୟାନ ସିପ

IMG-20250116-WA0034
Share

ପୁରୀ ୧୬/୧ ପୁରୀ ଜିଲ୍ଲା କ୍ରୀଡା ସଂସଦ ଓ ନୀଳଚକ୍ର ସ୍ପୋର୍ଟ୍ସ କ୍ଲବ ପୁରୀ ଙ୍କ ମିଳିତ ସହଯୋଗ ରେ ଆଜି ପୂର୍ବାହ୍ନ ରେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ଠାରେ ୧୫ ବର୍ଷ ରୁ କମ ବାଳକ ଆନ୍ତଃ କ୍ଲବ ଫୂଟବଲ ଚମ୍ପିୟାନସିପ ଆରମ୍ଭ ହୋଇଛି।ସିଏମ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟଵଲ ଚମ୍ପିୟାନସିପ ୨୦୨୫ ଆନୁକୂଲ୍ୟରେ ଆରମ୍ଭ ହୋଇଥିବାଏହି ଚମ୍ପିୟାନସିପ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ।ଫାଇନାଲ ମ୍ୟାଚ ୨୨ ତାରିଖରେ ଅନୁଷ୍ଠିତ ହେବା ସହ ଶ୍ରେଷ୍ଠ ଦଳ ଓ କ୍ରୀଡାବିତ ଙ୍କୁ ସମ୍ବର୍ଦ୍ଧିତ କରାଯିବ।ଆଜିର ଚମ୍ପିୟାନସିପ କୁ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଉଦଘାଟନ କରିବା ସହ ସରକାର କ୍ରୀଡା କୁ ପ୍ରାଧାନ୍ୟ ଦେବା ସହ ପ୍ରତିଭା ଅନେକ ଲକ୍ଷ୍ୟ ଏକ ନାମରେ ଯେଉଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି ତାହାର ସୁଫଳ ସମସ୍ତ କ୍ରୀଡାବିତ ମାନେ ନେବାପାଇଁ ଅନୁରୋଧ କରିଥିଲେ।ଆଜିର ସମୟରେ ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଓ ଦକ୍ଷତା ବିକାଶ ର ସୁଯୋଗ ସହ ରୋଜଗାର ର ସମ୍ଭାବନା ରହିଛି।ତେଣୁ ନିଷ୍ଠାର ସହ ଏହାକୁ ଅଭ୍ୟାସ ଓ କ୍ୟାରିଅର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।କ୍ରୀଡା ସଂସଦ ର ପୂର୍ବତନ ଉପ ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର,ଓଡିଶା ଅଲମ୍ପିକ ସଂଘର କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଶ୍ରୀ ନିଳଚକ୍ର ସ୍ପୋର୍ଟ୍ସ କ୍ଲବର ସଭାପତି ଜଗନ୍ନାଥ ରେଡି, ସମ୍ପାଦକ ସନ୍ତୋଷ କୁମାର ଛୁଆଳସିଂ,ପୁରୀ ବକ୍ସିଂ ଏକାଡେମୀ ର ସମ୍ପାଦକ ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇ ପିଲା ବେଳୁ ନିଜ ପ୍ରତିଭାର ବିକାଶ ପାଇଁ କଠୋର ଅଭ୍ୟାସ ଓ ଅଧ୍ୟବସାୟ ଜାରି ରଖି ପରବର୍ତ୍ତୀ ଜୀବନରେ ସଫଳ ହେବାକୁ ଆହ୍ୱାନ ଦେଇଥିଲେ। ପରେ ନିମାପଡା ଓ ନୀଳଚକ୍ର ସ୍ପୋର୍ଟ୍ସ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ