July 24, 2026

ଉମରକୋଟ ନିକଟସ୍ଥ ଝରିଗାଁ ରେ ସାଂସଦୀୟ ଖେଳ ମହୋତ୍ସବ ଉଦଘାଟିତ…….

IMG-20251215-WA0079
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଆଜି ସାଂସଦୀୟ ଖେଳ ମହୋତ୍ସବର ଶୁଭ ଉଦ୍ଘାଟନ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହୋତ୍ସବକୁ ଶୁଭାରମ୍ଭ କରିଥିଲେ। ଝରୀଗାଁ ଥାନା ପରିସରରେ ଥିବା କାଳୀ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇ କ୍ରୀଡା ମଶାଲ ପ୍ରଜ୍ବଳନ କରାଯାଇଥିଲା। କ୍ରୀଡା ମଶାଲକୁ ଏକ ଶୋଭାଯାତ୍ରାରେ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଅଣାଯିବା ପରେ ସେଠାରେ ସ୍ଥାପନ କରାଯାଇଥିଲା।ପରେ ସାଂସଦ ଶ୍ରୀ ମାଝୀ କ୍ରୀଡା ପତାକା ଉତ୍ତୋଳନ କରିଥିଲେ।

ବିଧାୟକ ନରସିଂହ ଭତରା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରାଜ୍ୟ ଉପ ସଭାପତି ରମେଶ ସାହୁ, ଝରୀଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୁଦନ ମାଝୀ, ତସିଲଦାର ସୁମନ୍ତ ପାତ୍ର, ଉମରକୋଟ ସାଂସଦ ପ୍ରତିନିଧି ବାସନ୍ତୀ ମାଝୀ,ବିଜେପି ଜିଲ୍ଲା ସମ୍ପାଦିକା ସୁମିତ୍ରା ମାଝୀ,କୋଟପାଡ଼ ସାଂସଦ ପ୍ରତିନିଧି ରାମେଶ୍ୱର ଜେନା,ନନ୍ଦାହାଣ୍ଡି ପ୍ରତିନିଧି ଜାନକୀ ବିଶୋଇ,ତେନ୍ଦୁଲିଖୁଣ୍ଟି ପ୍ରରିନିଧି ସନ୍ତୋଷ ପାତ୍ର,ରାମ ନାୟକ, ଡାବୁଗାଁ ସାଂସଦ ପ୍ରତିନିଧି ସାମନାଥ ପୂଜାରୀ, ପ୍ରପୁଲ ପ୍ରଧାନୀ,ଜଗଦିଶ କଲାର,ଗଜେନ୍ଦ୍ର ପାଣ୍ଡେଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ମଞ୍ଚାସିନ ରହିଥିଲେ | ଏହି ଖେଳ ମହୋତ୍ସବ ୫ ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ଫୁଟବଲ, ଭଲିବଲ, ବ୍ୟାଡ଼ ମିଣ୍ଟନ, କବାଡି, ଲମ୍ବାଡିଆଁ, ଉଚ୍ଚାଡିଆଁ, ଦୌଡ, କ୍ରିକେଟ, ଖୋକୋ ଭଳି ବିଭିନ୍ନ ଖେଳ ସାମିଲ ରହିଥିବା ସୂଚନା ମିଳିଛି | ଆଜି ସାଂସଦ ଓ ବିଧାୟକ ୧୦୯ ମିଟର ଦୌଡ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳି ମାନଙ୍କୁ ମେଡାଲ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣେଇଥିଲେ |ଏହି ଖେଳ ମହୋତ୍ସବରେ ଝରିଗାଁ ବ୍ଲକର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଭାଗ ନେଇଥିବା ବେଳେ କଲେଜ ଓ ବିଦ୍ୟାଳୟ ଗୁଡିକର ଖେଳ ଶିକ୍ଷକ,ଅଧ୍ୟାପକ ଓ ସହ ଶିକ୍ଷକମାନେ ଉପସ୍ଥିତ ରହିଥିଲେ |

You may have missed