July 24, 2026

ରଥଯାତ୍ରା ଉପଲକ୍ଷେ ସାରଳାହାଟ ମାଉସୀମା ମନ୍ଦିରରେ ସମୂହ ପ୍ରସାଦସେବା …

IMG-20260723-WA0098
Share

ତିର୍ତ୍ତୋଲ ତା 23/7/2026 ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କନକପୁର ସାରଳାହାଟ ସ୍ଥିତ ମାଉସୀମା ମନ୍ଦିର ପ୍ରାଙ୍ଗଣରେ, ପବିତ୍ର ରଥଯାତ୍ରା ଉପଲକ୍ଷେ, ପ୍ରତିବର୍ଷଭଳି ଚଳିତବର୍ଷ ମଧ୍ୟ ଗତଗୁରୁବାର ମଧ୍ୟାହ୍ନରେ, ସାରଳାହାଟ ଓ ହାଟବଜାର ର ସମସ୍ତ ବ୍ୟବସାୟୀ ମାନଙ୍କ ତରଫରୁ ସମୂହ ପ୍ରସାଦସେବା ର ବ୍ୟବସ୍ଥା କରାଯାଇଥିଲା l ପରେଶ କୁମାର ଭଟ୍ଟ, ରଶ୍ମୀରଞ୍ଜନ ସାହୁ, ବିଭୁତିଭୂଷଣ ସାହୁ, ଅଜୟ କୁମାର ହାତୀ, ପ୍ରଳୟ ରାଉଳ, ରାକେଶ ସ୍ୱାଇଁ, ପ୍ରଭାତ ରାଉଳ, ରଶ୍ମୀରଞ୍ଜନ କୁଅଁର, ବୁଟୁ ନାୟକ, ପ୍ରଶାନ୍ତ କୁମାର ସାହୁ, ଫିରୋଜ କୁମାର ନାୟକ, ରୁଦ୍ରପ୍ରସାଦ ରାଉଳ(ରାଜା ) ସାରଦା ପ୍ରସାଦ ମହାନ୍ତି, ଗୟାଧର ମଲ୍ଲିକ, ଜୟନ୍ତ ସାହୁ, ଭବାନୀଶଙ୍କର ରାଉଳ, ଅବିନାଶ ରାଉଳ ଓ ମାଆଙ୍କସେବକ ସୁଶାନ୍ତ ନନା ଙ୍କ ସମେତ ସମସ୍ତକର୍ମକର୍ତ୍ତା ଓ ଆୟୋଜକ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସାପ୍ତାହିକ ହାଟବାରି ହୋଇଥିବାରୁ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ମହାପ୍ରଭୁଙ୍କ ଦିବ୍ୟପ୍ରସାଦ ସେବାର ସୌଭାଗ୍ୟଲାଭ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed