April 24, 2026

ଉମରକୋଟ ନିକଟସ୍ଥ ଝରିଗାଁ ରେ ସ୍ନାତକ ମହାବିଦ୍ୟାଳୟରେ ନୂତନ ରେଡ଼ କ୍ରସ ୟୁନିଟ ଗଠିତ……….

IMG-20251215-WA0078
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଝରିଗାଁ ସରକାରୀ ସ୍ନାତକ ମହାବିଦ୍ୟାଳୟ ଠାରେ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ନୂତନ ଭାବେ ରେଡ଼ କ୍ରସ ୟୁନିଟ ଗଠନ ହୋଇଛି।ଏହି ପରିପ୍ରେକ୍ଷୀରେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଆନ୍ଦ୍ରିୟ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲର ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ଖିଲାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରେଡ଼ କ୍ରସ ୟୁନିଟର ଆଭିମୁଖ୍ୟ ଉପରେ ମତ ବେବା ସହ ଗରିବ ଲୋକଙ୍କ ସେବା ସହଯୋଗ ଓ ସହାନୁଭୁତି ହେବା ପାଇଁ ପରାମର୍ଶ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ଯୁବ କାଉନସିଲର ପ୍ରଭାସ ଦାସ ପରିଚାଳନା କରିବା ସହ ନୂତନ କ୍ରସ ୟୁନିଟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ଜନ ମଙ୍ଗଳ କାର୍ଯ୍ୟକ୍ରମରେ ସାମିଲ ହୋଇ ସଚେତନ କରାଯିବ ବୋଲି ମତ ଦେଇଥିଲେ।କାର୍ଯ୍ୟକ୍ରମରେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ସାହୁ, ଆଶିଷ ରଞ୍ଜନ ନାୟକ,ପରଦେଶୀ ବିଷୟୀ, ଅଧ୍ୟାପିକା ଲଳିତା ମୁନା, ଉଲ୍ଲାସ ହରିଜନ ପ୍ରମୁଖ ସହ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ଶେଷରେ ଅଧ୍ୟକ୍ଷ ଶ୍ରୀ ଶବର ଧନ୍ୟବାଦ ଦେଇଥିଲେ।