July 24, 2026

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରଥମ ଜିଲ୍ଲା ସ୍ତରୀୟ ପବିତ୍ର “କୃତୀ ଦ୍ୟୋତନୀ”ମହା ମହୋତ୍ସବ ଅନୁଷ୍ଠିତ 

IMG-20251215-WA0077
Share

 

ସୁସ୍ଥ ସମାଜ ଗଠନ ଦିଗରେ ସତସଙ୍ଗର ଭୂମିକା ଗୁରୁତ୍ୱପୂର୍ଣ୍ଣ

——————

ଅନୁଗୋଳ – ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପ୍ରଥମ ଅନୁଗୁଳ ଜିଲ୍ଲା ସ୍ତରୀୟ ପୂଣ୍ୟ “କୃତୀ ଦ୍ୟୋତନୀ” ମହୋତ୍ସବ ତଥା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ ୧୩୮ତମ ଆବିର୍ଭାବ ମହୋତ୍ସବ ସ୍ଥାନୀୟ ବିଜୁ ମଇଦାନ ଠାରେ ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲା ଉତ୍ସବ କମିଟିର ଆବାହକ ଶ୍ରୀ ଭୋଳେଶ୍ଵର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧର୍ମସଭାରେ ଅତିଥି ଭାବେ ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ କୁମାର ମହାନ୍ତି, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇ କହିଲେ ଯେ ସୁସ୍ଥ ସମାଜ ଗଠନ ଦିଗରେ ସତସଙ୍ଗର ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି।ଆଜିର ସମାଜକୁ ପରିବର୍ତ୍ତନ ଆଣିବା ପାଇଁ ଈଶ୍ୱର ଗୁରୁ ରୂପରେ ଆବିର୍ଭାବ ହୋଇଥାନ୍ତି।ଆଉ ମଣିଷକୁ ଉଚିତ ମାର୍ଗ ଦର୍ଶନ ଦେଇଥାନ୍ତି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ଅତି ପ୍ରତ୍ୟୁଷରୁ ନଗର କୀର୍ତ୍ତନ ସମେତ

ବେଦ ମାଙ୍ଗଳିକୀ,ସମବେତ ଉଷାବିନତୀ ଓ ସଦ୍‌ଗ୍ରନ୍ଥ ପାଠ,ଭଜନ, କୋରସ, କୀର୍ତ୍ତନ, ଅନୁଭୂତିର କଥା, ଦୀକ୍ଷାପତ୍ର କାର୍ଯ୍ୟକ୍ରମ,ମାତୃ ସମ୍ମିଳନୀ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଥିଲା। ଠାକୁର ପେଣ୍ଡାଲକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଥିଲା।ଭଜନ କୀର୍ତ୍ତନରେ ହଜାର ହଜାର ଭକ୍ତ, ଗୁରୁ ଭାଇ ମାଆ ମାନେ ଯୋଗ ଦେଇ ପରିବେଶକୁ ଭାବମୟ,ଭକ୍ତିମୟରେ ଭରି ଦେଇଥିଲେ। ଏହା ବ୍ୟତୀତ ପାଇକ ଆଖଡ଼ା, ନୃତ୍ୟ,ସଙ୍ଗୀତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଥିଲା।ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୨ହଜାରରୁ ଉର୍ଦ୍ଧ ଭକ୍ତ,ଇଷ୍ଟ ପ୍ରେମୀ,ସାଧୁ,ସନ୍ଥ ତଥା ଗୁରୁ ଭାଇ ମାଆ ମାନେ ଯୋଗ ଦେଇ ବିଭୁକୃପା ଲାଭ କରିବା ସହ ଆନନ୍ଦ ବଜାର ପ୍ରସାଦ ସେବନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଠାକୁରଙ୍କ କର୍ମୀ ଯାଜକ, ଅଧୁର୍ଯ୍ୟ, ରିତିକଙ୍କ ସମେତ ଗୁରୁ ଭାଇ ମାଆ ମାନେ ପରିଚାଳନା କରିଥିଲେ।

You may have missed