April 25, 2026

ପଦାର୍ଥ ବିଜ୍ଞାନରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ 

IMG-20251115-WA0059
Share

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ବୋଲଗଡ଼ ଶିକ୍ଷା ବ୍ଲକ ସ୍ଥିତ କାଳିଚରଣ ମହାବିଦ୍ୟାଳୟ ବାଂକୋଇ ସଭା ଗୃହରେ ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ସ୍ୱାଗତ ଉତ୍ସଵ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ସହାୟକ ନିହାର ରଞ୍ଜନ ପାତ୍ର ପୌରହିତ୍ୟ କରି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା କାଳିଚରଣ ଜୟସିଂହ, ମୁଖ୍ୟବକ୍ତା ମହାବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ସାମନ୍ତରାୟ, ସଂମ୍ମାନିତ ଅତିଥି ଗଣିତ ବିଭାଗର ମୁଖ୍ୟ ଡଃ ଜୟପ୍ରକାଶ ମିଶ୍ର ଏବଂ ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ଲୁଇନା ବଳିୟାରସିଂହ, ସାନ୍ତୁନୁ କୁମାର ସାହୁ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ମହାବିଦ୍ୟାଳୟର ଅଧକ୍ଷ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ସୁଦୂର ପ୍ରସାର କରିବାରେ ପ୍ରମୁଖରେ ରହିଥିଲେ। ପରେ ବିଭାଗର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।ବୈଜ୍ଞାନିକ ଯୁଗରେ ପଦାର୍ଥ ବିଜ୍ଞାନର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ଅଟେ। ରାସାୟନିକ ପଦାର୍ଥ ଦ୍ଵାରା ମାନବ ସମାଜ ନିଜର ସାଧନା ବଳରେ ବଳିଷ୍ଠ କାର୍ଯ୍ୟ ଗୁଡିକ ନିକଟରେ ଅତି ସହଜ ଭାବେ ପ୍ରବେଶ କରି ପାରୁଛି।ଏହି ପଦାର୍ଥ ବିଜ୍ଞାନ ଅନେକ ରୋଗର ମହୋ ଔଷଧୀ ତିଆରି କରି ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିପାରିଛି l ଯାହାର ଉଦାହରଣ ରେଡିୟମ ବୋଲି ଅତିଥିମାନେ ଉଦାହରଣ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଏଥିରେ ୪ଗୋଟି ଗ୍ରୁପର ଛାତ୍ରଛାତ୍ରୀ ମାନେ ନିଜର ସେମିନାର ସମ୍ପର୍କରେ ବିଶେଷ ଉପସ୍ଥାପନ କରିଥିଲେ।ଏଥିରେ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା।ଏହି ପଦାର୍ଥ ବିଜ୍ଞାନ କାର୍ଯ୍ୟକ୍ରମରେ 50 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଥିଲେ।ପରିଶେଷରେ ଉମାକାନ୍ତ ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।