April 28, 2026

ଗୋବିନ୍ଦପୁର ଗ୍ରାମର ପବିତ୍ର ଦାସ ଙ୍କର, ସର୍ପଦଂଶନ ରେ ମୃତ୍ୟୁ

IMG-20251015-WA0071
Share

 

 

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ତିର୍ତ୍ତୋଲ ବ୍ଲକ,ଗୋବିନ୍ଦପୁର ଗ୍ରାମପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେ, ଧନେଶ୍ଵର ଦାସ ଙ୍କ ପୁତ୍ର ପବିତ୍ର ଦାସ (ପବୁନି) ୪୯ ବର୍ଷ ଙ୍କର ଗତ ବୁଧବାର ଦିନ ମଧ୍ୟାହ୍ନରେ ଏକ ବିଷଧର ସର୍ପ ଦଂଶନ ରେ ପରଲୋକ ହୋଇଯାଇଛି । ସର୍ପାଘାତ ରେ ସେ ଯନ୍ତ୍ରଣା ଅନୁଭବ କରିବାରୁ, ତାଙ୍କୁ ପରିବାର ଲୋକମାନେ ସଙ୍ଗେ ସଙ୍ଗେ ଏକ ବାଇକ୍ ରେ ବସାଇ, ବିଭୁତିକ୍ଷେତ୍ର ଗୋରେଖନାଥ ଙ୍କ ମଠକୁ ନେଲାବେଳେ , ବାଟରେ ସେ ବାଇକ୍ ରୁ ତଳକୁ ଗଳିପଡ଼ିଲେ । ତେଣୁ ପରିବାର ଲୋକମାନେ ତାଙ୍କୁ ଜଗତସିଂହପୁର ସଦର ମେଡିକାଲ କୁ ନେବାପରେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ କୁ ସେଠାରେ ପୋଷ୍ଟମଟମ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଘରେ ତାଙ୍କର ସ୍ତ୍ରୀ ଓ ଦୁଇଟି ଝିଅ ଅଛନ୍ତି । ତେବେ ତାଙ୍କର ଏହି ସର୍ପାଘାତ ରେ ମୃତ୍ୟୁ ହୋଇଥିବାରୁ , ସରକାର ଙ୍କ ତରଫରୁ ଏହି ବିପନ୍ନ ପରିବାରର କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ତାଙ୍କର ପଡ଼ୋଶୀ ଓ ଗ୍ରାମବାସୀମାନେ ଦାବୀ କରିଛନ୍ତି ।