June 13, 2026

କାଶୀନଗର ବ୍ଲକ ମଧ୍ୟରେ ଥିବା ବିଭିନ୍ନ ଦୁର୍ଗମ ଅଞ୍ଚଳ ର ସମସ୍ୟା ଗୁଡିକୁ ଅନୁଧ୍ୟାନ କଲେ ବିଧାୟକ

IMG-20251015-WA0040
Share

      କାଶୀନଗର ବ୍ଲକ ମଧ୍ୟରେ ଥିବା ବିଭିନ୍ନ ଦୁର୍ଗମ ଅଞ୍ଚଳ ର ସମସ୍ୟା ଗୁଡିକୁ ଅନୁଧ୍ୟାନ କଲେ ବିଧାୟକ କାଶୀନଗର – କାଶୀନଗର ବ୍ଲକ ମଧ୍ୟରେ ଥିବା ବିଭିନ୍ନ ପଞ୍ଚାୟତ ର ସମସ୍ୟା ଗୁଡିକୁ ଅନୁଧ୍ୟାନ କରିବା ସକାଶେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ପର୍ତ୍ତଡା ପଞ୍ଚାୟତ ର ବିଭିନ୍ନ ଗ୍ରାମ କୁ ଗସ୍ତ କରିଥିଲେ. ଏହି ଗସ୍ତ ସମୟରେ ସେ ଗ୍ରାମ ଗୁଡିକର ଗମନାଗମନ, ପାନୀୟ ଜଳ, ବୁଜୁଳି ସରବାରହ, ଶିକ୍ଷା, ସ୍ୱାସ୍ଥ୍ୟ ବିଷୟରେ ଗ୍ରାମବାସୀ ମାନଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟା ଗୁଡିକ ବିଷୟରେ ଅବଗତ ହୋଇଥିଲେ. କିଛି ଚର୍ଚ୍ଚ ନିର୍ମାଣ ଧୀନ ଅବସ୍ଥା ରହି ଅସମ୍ପୂର୍ଣ ହୋଇଥିବା ଦେଖି ସେ ଚର୍ଚ୍ଚ ଗୃହ ଗୁଡିକ ଶୀଘ୍ର ନିର୍ମାଣ ସମ୍ପୂର୍ଣ କରିବା ପାଇଁ ଅନୁଦାନ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ.ମୁଖ୍ୟତ ଉପର ଆରିମ୍ବା, ବୁରୁଣ୍ଡି, ଏଣ୍ଡ୍ରି, ଯୁଡ଼ୁରୁ, ଆଡ଼ାସିଂ ଗ୍ରସ୍ତ କରିଥିଲେ ଏଥି ମଧ୍ୟରୁ ଗୋଟେ ଗ୍ରାମର ଯାତାୟାତ ରାସ୍ତା ପାହାଡ଼ ପାର୍ଶ୍ଵ ରେ ଥିବା ଦେଖି ସେଠାରେ ଭୁ ସ୍ପଳନ ହେବା ସମ୍ଭାବନା ଥିବା ତାଙ୍କ ଦୃଷ୍ଟି କୁ ଆସିଥିଲା ଏବଂ ଏସବୁ ସମସ୍ୟା ବିଷୟରେ ଖୁବ ଶୀଘ୍ର ପ୍ରଶାସନକୁ ଅବଗତ କରେଇ ସମାଧାନ କରାଯିବ ବୋଲି ମତ ବ୍ୟକ୍ତ କରିଥିଲେ.ବିଧାୟକ ଙ୍କ ଗସ୍ତ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଖାରଡ଼ା ସରପଞ୍ଚ ଅଖିଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ.

You may have missed