April 28, 2026

କଣ୍ଟେଇ ପଲି ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

IMG-20241015-WA0050
Share

 

ବେଲଗୁଣ୍ଠା, ୧୫l୧୦. ବେଲଗୁଣ୍ଠା ବ୍ଲକ କଣ୍ଟେଇ ପଲି ଛକରେ ମା’ ଉଖୁଡେଇ ବଣିକ ସଂଘ ପକ୍ଷରୁ ୨୫ତମ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଛି।ଆସନ୍ତା ବୁଧବାର ଦିନ ଭଷାଣି କାର୍ଯ୍ୟକ୍ରମ ହେବ।ଏହି ଅବସରରେ ସୋମବାର ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ରାସ୍ତା ପ୍ରଶସ୍ତିକରଣ ସକାଶେ ଉକ୍ତ ଛକର ଉଭୟ ପାର୍ଶ୍ଵରେ ଥିବା ଦୋକାନ ବଜାର, ବିଶ୍ରାମଗାର ଓ ପୂଜା ମଣ୍ଡପକୁ ଉଚ୍ଛେଦ କରାଯାଇଛି।ତେଣୁ ଏଠାରେ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇଛି ଏବଂ ଆଗାମୀ ଦିନରେ ଯାହା କିଛି ଆବଶ୍ୟକ ଅଛି ସେସବୁ ନିଶ୍ଚୟ ପୂରଣ କରାଯିବ ବୋଲି ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ।ଭଞ୍ଜନଗର ୟୁନିକ ଡ୍ୟାନ୍ସ ଏକାଡେମୀଦ୍ୱାରା ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ନୃତ୍ୟଶିଳ୍ପୀ ମାନଙ୍କୁ ବିଧାୟକ ବେଶ ପ୍ରଶଂସା କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଡ଼ପଡ଼ା ସରପଞ୍ଚ ପ୍ରତିନିଧି ସୁଶାନ୍ତ କୁମାର ସାହୁ, ସମିତି ସଭ୍ୟ ପୀତବାସ ସାହୁ,ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା,ପୂର୍ବତନ ସରପଞ୍ଚ ଚିନ୍ତାମଣି ସ୍ୱାଇଁ,ପୂଜା କମିଟି ସଭାପତି ସୂର୍ଯ୍ୟମଣି ନାୟକ,ଉପସଭାପତି ସୁଧାକର ସାହୁ, ସମ୍ପାଦକ ସନ୍ତୋଷ ନାୟକଙ୍କ ସମେତ ସମସ୍ତ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।ଜିତେନ୍ ସାହୁ ମଞ୍ଚ ପରିଚାଳନା କରିଥିଲେ।ଅତିଥିମାନେ ୟୁଡିଏ’ର ମୁଖ୍ୟ ଜେ.କେ ପଟ୍ଟନାୟକ,ମାଷ୍ଟର ପିଣ୍ଟୁ, ମାଷ୍ଟର ପ୍ରମୋଦ ଙ୍କୁ ସମ୍ମାନିତ କରିଥିଲେ।ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ