November 26, 2024
Share

 

 

୧-ଭୁବନେଶ୍ୱର : ବଦଳିଲା ‘ମୋ ସ୍କୁଲ୍‌ ଅଭିଯାନ’ ନାଁ ।ଏହି ନାଁ ବଦଳି ନୂଆ ନାଁ ହେଲା ‘ପଞ୍ଚଶଖା ଶିକ୍ଷା ସେତୁ’।

 

୨-SCB ମେଡିକାଲ କଲେଜରେ ଆରମ୍ଭ ହେବ Phd ପାଠ୍ୟକ୍ରମ, ଘୋଷଣା କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ।

 

୩-ସେପ୍ଟେମ୍ବର ୧୭ରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ,ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ।

 

୪-ପୁରୀ: ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି, ଅପରାହ୍ନ ୫ରୁ ରାତି ୮ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।

 

୫-ବାଙ୍ଗିରିପୋଷି:ଦ୍ୱାରଶୁଣି ଘାଟି ରାସ୍ତାରେ ଖସିଲା ପଥର ଅତଡା, ଯାତାୟାତ ବାଧାପ୍ରାପ୍ତ।

 

୬-କାମାକ୍ଷାନଗର:କାରକୁ ଅଟକାଇ ୬ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି।

 

୭-ମାଥିଲିରେ ଡରାଉଛି ଡାଇରିଆ । ୩ ଦିନରେ ଗଲାଣି ୬ ଜଣଙ୍କ ଜୀବନ । ଗାଁ ଗାଁ ବୁଲି ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି ସ୍ୱାସ୍ଥ୍ୟକର୍ମୀ।

 

୮-ଢେଙ୍କାନାଳ:ଦୁର୍ଘଟଣା ପରେ ଜାତୀୟ ରାଜପଥରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଘେରିଲେ ଲୋକେ।

 

୯-କିଟ୍ ବିଶ୍ବବିଦ୍ୟାଳୟର ୨୦ତମ ସମାବର୍ତ୍ତନ ଉତ୍ସବ, ୪ ଜଣଙ୍କୁ ମିଳିଲା ସମ୍ମାନସୂଚକ ଡକ୍ଟୋରେଟ୍।

 

୧୦-ବାରିପଦା:ଅଜଗରକୁ ମାରି ରାସ୍ତାରେ ଘୋଷାଡିଲେ,ଖଣ୍ଡ ଖଣ୍ଡ କରି ବାଣ୍ଟି ନେଲେ।

 

୧୧-ଭୁବନେଶ୍ୱର: ରାଜ୍ୟରେ ଏବେ ୫୩୫୭ ଜଣ ଡେଙ୍ଗୁରେ ଆକ୍ରାନ୍ତ।

 

୧୨-ଭୁବନେଶ୍ୱର:ରେସନ କାର୍ଡ ଅପଡେଟ୍ ପାଇଁ ପ୍ରବାସୀ ଏବେ ଗାଁ ମୁହାଁ।

 

୧୩-ଚରମ ଦୁର୍ଦ୍ଦିନରେ ରାଜ୍ୟର ସିନେ ଶିଳ୍ପ; ୧୦ ବର୍ଷରେ ବନ୍ଦ ହେଲାଣି ୪୦ଟି ସିନେମା ହଲ୍ ବଞ୍ଚିଛି ମାତ୍ର ୫୨ଟି।

 

୧୪-ସମ୍ବଲପୁର,ହାଲିପାଲି:ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରକ, ୩ ଜଣ ଛାତ୍ରୀ ଓ ଡ୍ରାଇଭର ଆହତ।

 

୧୫-କେନ୍ଦୁଝରଗଡ଼଼:ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୨, ୩୨୧ମାମଲା ଫଇସଲା; ୯.୭୦କୋଟି ଟଙ୍କା ଜୋରିମାନା ଓ କ୍ଷତିପୂରଣ ଆଦାୟ।

 

୧୬-ଆମଦାନୀ ଶୁଳ୍କ ବଢ଼ିଲା,ଏବେ ବଢ଼ିବ ଖାଇବା ତେଲ ଦର।

 

୧୭-୧୭ରେ ମିଳିବ ପ୍ରଥମ କିସ୍ତି ଟଙ୍କା, ଆଜି ୧୦ ହଜାର ଗାଁରେ ହେବ ସୁଭଦ୍ରା ପଦଯାତ୍ରା।

 

୧୮-ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା।

 

୧୯-ରାଜଧାନୀ ବୋମାମାଡ଼ ଘଟଣାରେ କମିଶନରେଟ୍ ପୋଲିସକୁ ସଫଳତା, ୮ ଗିରଫ।

 

୨୦-ଭୁବନେଶ୍ୱର:ଆକ୍ରୋପଲିସ ଆପାର୍ଟମେଣ୍ଟରେ ବଡ ଧରଣର ଚୋରି, ଲୁଟିନେଲେ ୫୦ ଭରି ସୁନା ଅଳଙ୍କାର।

 

୨୧-ପାର୍ବଣ ଆସୁ ଆସୁ ଉପରମୁହାଁ ସୁନା ଦର, ଦେଢ଼ ମାସରେ ବଢ଼ିଲାଣି ୫ ହଜାର ୪ ଶହ ଟଙ୍କା।

 

୨୨-ଚାଷୀଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା, ବାସୁମତି ଚାଉଳ ଏବଂ ପିଆଜ ରପ୍ତାନୀ ଉପରୁ ହଟିଲା କଟକଣା।

 

୨୩-କଲିକତା:ଜିଦ୍ ରେ ଅଟଳ କନିଷ୍ଠ ଡ଼ାକ୍ତର, ମମତାଙ୍କ ଅନୁରୋଧ ଶୁଣିଲେନି, ବାସଭବନରୁ ଫେରିଗଲେ।

*🙏 ସୁପ୍ରଭାତ 🙏*

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.