June 24, 2026

ବରିଷ୍ଠ ସାମ୍ୱାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ଯମ ସମ୍ୱାଦପତ୍ର ମହାସଂଘର ଶୋକ

IMG-20230915-WA0017
Share

ବରିଷ୍ଠ ସାମ୍ୱାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ଯମ ସମ୍ୱାଦପତ୍ର ମହାସଂଘର ଶୋକ

ବ୍ରହ୍ମପୁର, ୧୫/୯: ବରିଷ୍ଠ ସାମ୍ୱାଦିକ ପ୍ରଦୀପ୍ତ କୁମାର ପରିଡାଙ୍କ ବିୟୋଗରେ କ୍ଷୁଦ୍ର ଓ ମଧ୍ଯମ ସମ୍ୱାଦ ପତ୍ର ମହାସଂଘ ଓଡିଶା ରାଜ୍ଯ ସଭାପତି ତଥା ‘ନବୀନ’ର ସଂପାଦକ ରବି ରଥ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ବିୟୋଗରେ ଓଡିଶା ସାମ୍ୱାଦିକତା ଜଗତର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି। ଏକ ଶୋକବାର୍ତ୍ତା ଜରିଆରେ ଶ୍ରୀ ରଥ କହିଛନ୍ତି ଯେ ସ୍ୱର୍ଗତ ପରିଡା ଦୈନିକ ‘ସମାଜ’ରେ କାର୍ଯ୍ୟକରି ଅବସର ନେବା ପରେ ଶେଷ ଜୀବନ ପର୍ଯ୍ୟନ୍ତ ନିଜସ୍ବ ଉଦ୍ଯମରେ ‘କଳିଙ୍ଗପ୍ରଭା’ ନାମକ ଏକ ପାକ୍ଷିକ ଖବରକାଗଜ ପ୍ରକାଶ କରି ଏହାର ସଂପାଦକ ଦାୟିତ୍ୱ ନିର୍ବାହ କରିଆସୁଥିଲେ। ଦୈନିକ ସମ୍ୱାଦର ପ୍ରତିନିଧି ଭାବରେ ସେ ମଧ୍ଯ କାର୍ଯ୍ୟ କରିଥିଲେ। ଓଡିଶାରେ ସାମ୍ୱାଦିକ ସଂଗଠନକୁ ମଜବୁତ୍ କରିବାରେ ତାଙ୍କର ଅନନ୍ଯ ଭୂମିକା ରହିଥିଲା। ଓଡିଶା କ୍ଷୁଦ୍ର ଓ ମଧ୍ଯମ ସଂବାଦପତ୍ର ମହାସଂଘର କର୍ମକର୍ତ୍ତା ରହି ସଂଘକୁ ସୁଦ୍ରୁଢ କରିବା ଦିଗରେ ତାଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ଶ୍ରୀ ରଥ କହିଛନ୍ତି। ଏହି ଅବସରରେ ସେ ଶୋକସଂତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।