April 25, 2026

ସୁରକ୍ଷା ଫାଉଣ୍ଡେସନ ଦ୍ୱlରା ରକ୍ତଦାନ ଶିବିର ଅନୁଷ୍ଠିତ

IMG-20250815-WA0050
Share

 

ଆଜି ୭୯ ତମ ସ୍ଵାଧୀନତା ଦିବସ ଓ ପବିତ୍ର ଜନ୍ମାଷ୍ଟମୀ ଅବସରରେ କୁଜଙ୍ଗ ର ଅଗ୍ରୀମ ସ୍ୱେଛାସେବି ସଂଗଠନ ସୁରକ୍ଷା ଫାଉଣ୍ଡେସନ ଓ ପ୍ରଜ୍ଞାସାଥୀ ଶୋଭନୀୟ ଶିକ୍ଷ୍ୟାଶ୍ରମ ସହଭାଗିରେ ଏକ ମେଗା ରକ୍ତଦାନ ଶିବିର ପ୍ରଜ୍ଞାସାଥି ସୋଭନୀୟ ଶିକ୍ଷ୍ୟାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ୫୦ ରୁ ଉର୍ଦ୍ଧ ଗୋଟି ରକ୍ତ ୟୁନିଟ ସଂଗ୍ରହ କରାଜାଇଥିଲା । ଏହି ଶିବିରରେ ପ୍ରଥମେ ପ୍ରଜ୍ଞାସାଥି ସୋଭନୀୟ ଶିକ୍ଷ୍ୟାଶ୍ରମ ର ସମ୍ପାଦକ ନିରାକାର ବେଉରା, ପ୍ରଧାନ ଶିକ୍ଷୟିତ୍ରୀ ବିନୀତା ରାଉତ, ସମାଜ ସେବୀ ନନ୍ଦିନୀ ପଣ୍ଡା, ମନୋଜ କୁମାର ସାହୁ, ପତିତ ପାବନ ବରାଳ,ସୁରକ୍ଷା ଫାଉଣ୍ଡେସନ ର ସଭାପତି ସିଲୁ ରଞ୍ଜନ ସାମଲ , ସମ୍ପାଦକ ଭରତ ଚନ୍ଦ୍ର ପରିଡ଼ା ଫିତା କାଟି ଶିବିରକୁ ଉଦ୍ଘାଟନ କରିଥିଲେ। ପରିସରରେ ଚାଲିଥିବ ରକ୍ତ ଦାତଙ୍କୁ ଅତିଥି ମାନେ ରକ୍ତଦାନ ଏକ ମହତ ପୂର୍ଣ୍ଣ କହି ଉତ୍ସାହିତ କରିଥିବା ସହ ରକ୍ତଦାନ ସଂଗ୍ରହ କୁ ସୁଚାର ରୁପେ ପରିଚାଳନା କରିଥିଲେ।

ରକ୍ତଦାନ ଏକ ମହତ୍ୱପୂର୍ଣ୍ଣ ଗୋଟିଏ ଜୀବନ ବଞ୍ଚାଇବାକୁ ହେଲେ ରକ୍ତର କେତେ ଆବଶ୍ୟକ ହୋଇଥାଏ ।ଏହିଭଳି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଭବିଷ୍ୟତରେ ଅନ୍ୟତ୍ର ଆୟୋଜନ କରାଜିବ ବୋଲି ସୁରକ୍ଷା ଫାଉଣ୍ଡେସନ ର ସମ୍ପାଦକ ଭରତ ଚନ୍ଦ୍ର ପରିଡ଼ା ପ୍ରକାଶ କରିଥିବା ସହ ସହଯୋଗ କରୁଥିବା ସୁରକ୍ଷା ଫାଉଣ୍ଡେସନ ର କର୍ମକର୍ତ୍ତା ଓ ଶିକ୍ଷ୍ୟାଶ୍ରମ ର ଗୁରୁ ମା ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed