ସାଗରଗୁଆଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୯ତମ ସ୍ୱାଧୀନତା ଦିବସ ପାଳିତ..
ବୋଲଗଡ଼,୧୫/୦୮(ଉପାନ୍ତ ଖବର):ବୋଲଗଡ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରେ ୭୯ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଆଜି ସାରା ଭାରତ ବର୍ଷରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ, ବେସରକାରୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହାଡ଼ମ୍ବର ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଅଛି। ଆଜି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବେହେରାଙ୍କ ତତ୍ୱାବଧାନରେ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ,ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ର ସଭ୍ୟ ମୋ ସ୍କୁଲ କମିଟିର ବିଭିନ୍ନ ସଭ୍ୟ ମାନଙ୍କ ଉପସ୍ଥିରେ ପାଳିତ ହୋଇଥିଲା। ପ୍ରଥମେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଗ୍ରାମ ବୁଲି ବିଦ୍ୟାଳୟ ପରିସରରେ ପ୍ୟାରେଡ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରମାମଣୀ ଦେଇ,ଜିଲ୍ଲାପରିଷଦ ସୁବାଷ ଚନ୍ଦ୍ର ରାୟଗୁରୁ ଯୋଗଦେଇଥିଲେ। ଶେଷରେ ସରପଞ୍ଚ ପତାକା ଉତ୍ତଳନ କରିଥିବା ସହିତ ପୂର୍ବରୁ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା କୃତ କୃତୀ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ, ଛାତ୍ରଛାତ୍ରୀ ମାନେ ସ୍ୱାଧିନତା ଦିବସରେ ଅଂଶ ଗ୍ରହଣ କରିପାରିଥିବାରୁ ସେମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଏବଂ ପରିଶେଷରେ। ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଥିଲା
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )
