August 26, 2026

78 ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରୀ ସାହିତ୍ୟୋତ୍ସବ

IMG-20240815-WA0000
Share

78 ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରୀ ସାହିତ୍ୟୋତ୍ସବ ସମିତି, ପୂରୀ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟ ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ କବିତାପାଠୋତ୍ସବ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଯୋଗେଶ୍ୱର ପ୍ରହରାଜ ଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ଅତିରିକ୍ତ ଜ଼ିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠି ପ୍ରାରମ୍ଭିକ ସୂଚନା ଦେବାସହ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ l ଆୟୋଜିତ କବିତାପାଠୋତ୍ସବରେ ଯଥାକ୍ରମେ ବିପିନ ଦଳାଇ, ସଦାଶିବ ମିଶ୍ର, କୃଷ୍ଣ ଚନ୍ଦ୍ର ରଥ, ଶିବସୁନ୍ଦର ମିଶ୍ର, ବିଜୟଲଷ୍ମୀ ଦାଶ, ପ୍ରତିଭା ତ୍ରିପାଠୀ, ଅନାମ ସାହୁ, ବୀରେନ୍ଦ୍ର କୁମାର ମହାନ୍ତି, ସୁରେଶ କୁମାର ପଟ୍ଟନାୟକ, ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ବରିଷ୍ଠ କବି ତଥା ଓଡିଶା ସାହିତ୍ୟ ଏକାଡେମିର ପ୍ରାକ୍ତନ ସଭାପତି ହରିହର ମିଶ୍ରଙ୍କ ରଚିତ କବିତା ସଙ୍କଳନ ‘ପଞ୍ଚମ ଦୁଆର’ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।ଡକ୍ଟର ସସ୍ମିତା ମିଶ୍ର, ଅଧ୍ୟାପକ ଅଶୋକ କୁମାର ମିଶ୍ର,ଡାକ୍ତର ରାନୁ ମିଶ୍ର, ଅନ୍ନପୂର୍ଣ୍ଣା ଦେବୀ , ମିନତୀ ମିଶ୍ର, ଉମାକାନ୍ତ ମହାପାତ୍ର ,ପ୍ରଭାତ ଚନ୍ଦ୍ର ରଥ, ରଚିତା ରାଉତରାୟ, ଚନ୍ଦ୍ର ଶେଖର ମହାରଣା, ମିନତୀ ପଟ୍ଟନାୟକ, ପ୍ରବାସିନୀ ମିଶ୍ର, ଆଶାଲତା ପ୍ରଧାନ, ଙ୍କ ସମେତ ବହୁ କବି ଓ କବୟିତ୍ରୀ ମାନେ ସ୍ୱରଚିତ ଦେଶାତ୍ମୋବୋଧ କବିତା ପାଠ କରିଥିଲେ l ସୁରେଶ କୁମାର ପଟ୍ଟନାୟକ ଲୋକାର୍ପିତ ସଂକଳନରୁ ଗୋଟିଏ କବିତା ଆବୃତ୍ତି କରିଥିଲେ। ଶେଷରେ ସଦାଶିବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed