March 8, 2026

ଆଜି ଗଜପତି ଜିଲ୍ଲାରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ରେ ୭୭ତମ

IMG-20230815-WA0013
Share

ଆଜି ଗଜପତି ଜିଲ୍ଲାରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ରେ ୭୭ତମ ସ୍ୱାଧିନତା ଦିଵସ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କ ଅଧ୍ୟକ୍ଷତାରେ ମହା ଆଡ଼ମ୍ବରରେ ପାଳିତ ହୋଇଛି ।ଉକ୍ତ କାର୍ଯ୍ୟ କ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ,ଜିଲ୍ଲା ଉପସଭାପତି ଲଖ୍ମି ପରିଛା,ଜେମ୍ସ୍ ରାଇକା, ରାଜ୍ୟ ସମ୍ପାଦକ ପଲ୍ଲବ ଲିମା,ପ୍ରଦୀପ ନାୟକ, ଜିଲ୍ଲା ଯୁବ ସଭାପତି ଲିଙ୍ଗରାଜ ବାବୁ,ଯୁବନେତା ଇଂ,ରୁପେସ ପାଣିଗ୍ରାହୀ, ଟାଉନ ସଭାପତି ସୁଧିରଞ୍ଜନ ମହାପାତ୍ର, ଓଡିଶା ମୋ ପରିବାରର କୋଡିନେଟର ଇନ୍ଦ୍ର।ଣି ପଟ୍ଟନାୟକ, ତଥା ବହୁ ବରିଷ୍ଠ, କନିଷ୍ଠ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।ଉକ୍ତ କାର୍ଯ୍ୟ କ୍ରମରେ ଜିଲ୍ଲା ସଭାପତି ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ସ୍ମୃତିକୁ ମନେପକେଇ ସେ କିଭଳି ଭାବରେ ଅହଂକାର କୁ ପ୍ରଶୟ ନଦେଇ ଇଂରେଜ ମାନଙ୍କ କବଳରୁ ଦେଶକୁ ସ୍ୱାଧିନ କରିଥିଲେ ତାଙ୍କ ବଳିଦାନ କୁ ମନେପକାଇ ଦେଇଥିଲେ।ସେଭଳି ଭାବେ ଉପସ୍ଥିତ ଥିବା ଦଳୀୟ କର୍ମୀଙ୍କୁ ମଧ୍ୟ ଜାତିର ପିତା ମହାତ୍ମାଗାନ୍ଧୀ ଙ୍କ ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଗକୁ ବଢ଼ିବା ପାଇଁ ଅନୁରୋଧ କରିଛନ୍ତି