May 10, 2026

ମୋହନା ବ୍ଲକ ଜରଉ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି …

IMG-20240715-WA0023
Share

ଗଜପତି ଜିଲ୍ଲା ମୋହନା ବ୍ଲକର ଜରଉ ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଅଭିଯୋଗ ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣି ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଗୁଣନିଧି ନାୟକ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧକ୍ଷ ବାଲ୍ମିନା ଅଧିକାରୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ,ତହସିଲଦାର ସତ୍ୟବାନ ନାୟକ, ପୋଲିସ ଉପ ଆରକ୍ଷୀ ଅଧିକ୍ଷକ ଅଶ୍ୱିନ କୁମାର ନାୟକ, ଜିଲ୍ଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ, ଶିକ୍ଷା ବିଭାଗ, ପରିମଳ ବିଭାଗ, ପୂର୍ତ୍ତ ବିଭାଗ, କୃଷି ବିଭାଗ, ଆଦିବାସୀ ଉନ୍ନୟନ ବିଭାଗ ସମେତ ସମସ୍ତ ଜିଲ୍ଲା ଓ ବ୍ଲକ ଅଧିକାରୀ ମାନେ ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଟ ରେ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳରୁ ଆସିଥିବା ଜନସାଧାରଣ ଙ୍କ ଅଭିଯୋଗ ଶୁଣି ଜିଲ୍ଲପାଳ ସ୍ମୃତି ରଞ୍ଜନ ପ୍ରଧାନ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡିକର ସମାଧାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।