ଅଗଷ୍ଟ ୦୧ରେ ସମ୍ବଲପୁରୀ ଦିନ,ଉନ୍ମୋଚିତ ହେବ କବି ଗୁରୁ ସତ୍ୟନାରାୟଣ ବହିଦାର୍ ଙ୍କ ପ୍ରତିମୂର୍ତ୍ତି 

IMG-20240715-WA0016
Share

 

 

ସମ୍ବଲପୁର:ସମ୍ବଲପୁର ଭାଷା ସାହିତ୍ୟ ସଂସ୍କୃତିର ବାର୍ତ୍ତାବହ ଗୁରୁ ସତ୍ୟନାରାୟଣ ବହିଦାର୍ ଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହେବ।ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି।

 

ପଶ୍ଚିମ ଓଡିଶା ଏକତା ମଞ୍ଚର ପ୍ରୟାସ କ୍ରମେ ଏଭଳି ଏକ ଉଜ୍ଜୀବିତ କିରଣର ଦୀପ ଶିଖା ଆଜି ସମ୍ବଲପୁର ସହରେ ଝଳସି ଉଠିଛି।ଆସିଛି କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତ୍ତି ।କବିଙ୍କ ନାମରେ ଥିବା ଜେଳଖାନା କଚେରି ରୋଡ୍ ପାର୍ଶ୍ୱ ଉଦ୍ୟାନ ପାର୍କରେ ଆଜି ସ୍ଥାପନା କରାଯାଇଛି।

 

ଗୁରୁ ସତ୍ୟନାରାୟଣଙ୍କ ଜନ୍ମ ବାସରେ ସମଗ୍ର ଭାରତ ବର୍ଷର କୋଣ ଅନୁକୋଣରେ ଆସନ୍ତା ଅଗଷ୍ଟ ୦୧ ତାରିଖରେ ପାଳନ ହେବାକୁ ଥିବା ସମ୍ବଲପୁରୀ ଦିନ୍ ଦିନ ଏହା ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହେବ।

 

ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ପ୍ରସ୍ତୁତି ସମୟରେ ଏକତା ମଞ୍ଚର ଡଃ.ପ୍ରମୋଦ ରଥ, ଭବାନୀଷ ଭୋଇ,ମାନସ ବକ୍ସି,ରାହୁଲ ଗୁପ୍ତା,ଲଲିତ ମୋହନ ବେବର୍ତ୍ତାଙ୍କ ଭଳି ଉଦ୍ୟାକ୍ତା ଉପସ୍ଥିତ ରହି ପ୍ରତିମୂର୍ତ୍ତି ସ୍ଥାପନା କରିଛନ୍ତି।ଏହି ଖବର ଜଣା ପଡିବା ପରେ ସମଗ୍ର ପଶ୍ଚିମାଞ୍ଚଳରେ ଆନନ୍ଦର ଉତ୍ସବ ଖେଳିଯାଇଛି।