August 26, 2026

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ସରପଞ୍ଚ ସଙ୍ଗଠନର ବୈଠକରେ ନିନ୍ଦା

IMG-20260615-WA0055
Share

 

 

ବ୍ରହ୍ମପୁର( ନୁରୁଲ ମଲ୍ଲିକ )ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ ସରପଞ୍ଚ ସଙ୍ଗଠନର ଏକ ଜରୁରୀ ବୈଠକ ନବୀନ ଭବନ ଠାରେ ସଙ୍ଗଠନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସଙ୍ଗଠନର ସାଧାରଣ ସମ୍ପାଦକ ରମାକାନ୍ତ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ଗ୍ରାମପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ମହାକାଳପଡ଼ା ବିଧାୟକଙ୍କ ଇସାରାରେ ସ୍ଥାନୀୟ ବିଡିଓ ଓ ସ୍ଥାନୀୟ ପୋଲିସ ଯେଉଁ ଭଳି ଭାବେ ଦୁଃବ୍ୟବହାର କଲେ ସେ ସମ୍ପର୍କରେ ସୂଚନା ଦେଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ।ରାଜ୍ୟ ସରକାର ଏହି ଘଟଣାରେ ନିରବ ରହିବା ଏକ ଅତ୍ୟନ୍ତ ପରିତାପର ବିଷୟ ଅଟେ ବୋଲି ସଭାପତି ଶ୍ରୀ ରଥ ପ୍ରକାଶ କରି ରାଜ୍ୟର ସମସ୍ତ ସରପଞ୍ଚ ମାନେ ଏକାଠି ହେବା ପାଇଁ ଆହ୍ବାନ ଦେଇଥିଲେ।ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜୀବନାନନ୍ଦ, ସରପଞ୍ଚ ଦଣ୍ଡପାଣି ବେହେରା, ସରପଞ୍ଚ ପ୍ରଦିପ କୁମାର ପ୍ରଧାନ (ହିଞ୍ଜିଳି),ରଞ୍ଜନ କୁମାର ସାହୁ, ପବିତ୍ର ଚୌଧୁରୀ,ନିରଞ୍ଜନ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

You may have missed