ଓଡ଼ିଆ ନବ ବର୍ଷ ଅବସରରେ ସ୍ବେଚ୍ଛାସେବୀଙ୍କ ଅଭିନବ ପ୍ରୟାସ*
ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ତାରାତାରିଣୀ ଯାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେବା ପ୍ରତିନିଧି ଦଳର ସ୍ବେଚ୍ଛାସେବୀମାନେ ପୁଣିଥରେ ମୁଖ୍ୟ ନୀଳମଣି ମିଶ୍ର ତଥା ସମାଜସେବୀ ମନୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର, ଗଞ୍ଜାମ ତଥା ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କରି ଚର୍ଚ୍ଚାରେ ଆସିଛନ୍ତି। ଏହି କ୍ରମରେ ଚମାଖଣ୍ଡି ଛକ ନିକଟରେ ଅବସ୍ଥିତ ସୀତାନଗରରେ ଆଇ.ଆର.ଇ.ର ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ଟୁଟୁ ନାୟକ, ଲକ୍ଷ୍ମୀନାରାୟଣ ପ୍ରଧାନ, ଅଯୋଧ୍ୟା ପରିଡା, ପି. ଗଣେଶ ରେଡ୍ଡୀଙ୍କ ନେତୃତ୍ୱରେ ହଜାର ହଜାର ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା। ଏଥିରେ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ସରକାରୀ ଓକିଲ ବ୍ରଜମୋହନ ଆଚାର୍ଯ୍ୟ ତଥା ପି ଧର୍ମା ରେଡ୍ଡୀ ଯୋଗଦେଇଥିଲେ।
ସେହିପରି ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ଦିନେଶ ମହାନ୍ତି ଓ ଦୀପକ ବେହେରାଙ୍କ ନେତୃତ୍ୱରେ ତଥା ପୁରୁଷୋତ୍ତମପୁର ଗଉଡ଼ପୁଞ୍ଜା ଛକ ସନାତନ ମହାରଣା, ବିଶ୍ଵଜିତ ଦାସ ଓ ମନୋରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ କୈଳାଶ ବିଶ୍ବାଳଙ୍କ ନେତୃତ୍ୱରେ ତଥା ବଜରଙ୍ଗ ଦଳ ସହାୟତାରେ ପାରଳାଖେମୁଣ୍ଡିସ୍ଥିତ ଫରେଷ୍ଟ ଗେଟରେ ସମସ୍ତ ଜନସାଧାରଣଙ୍କୁ ପଣା ବିତରଣ କରଯାଇଥିଲା । ଏହି ସମସ୍ତ ନିଆରା କାମକୁ ସମସ୍ତ ଜନସାଧାରଣ ପ୍ରଶଂସା କରିବା ସହ ଆଗକୁ ଏଭଳି ଭଲ କାମ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି।
