ଓଡ଼ିଆ ନବବର୍ଷ ଆରମ୍ଭ/ ମହାବିଷୁବ/ପଣା ସଂକ୍ରାନ୍ତି/ମହାବିର ହନୁମାନଙ୍କ ଜୟନ୍ତୀ ଉପଲକ୍ଷେ ବ୍ରାହ୍ମଣ ସମାଜ ବୁର୍ଲା ଆନୁକୂଲ୍ୟରେ
ଇଂ ତା:-୧୪-୪-୨୬, ମଙ୍ଗଳବାର। ବୁର୍ଲା।
ଓଡ଼ିଆ ନବବର୍ଷ ଆରମ୍ଭ/ ମହାବିଷୁବ/ପଣା ସଂକ୍ରାନ୍ତି/ମହାବିର ହନୁମାନଙ୍କ ଜୟନ୍ତୀ ଉପଲକ୍ଷେ ବ୍ରାହ୍ମଣ ସମାଜ ବୁର୍ଲା ଆନୁକୂଲ୍ୟରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଆରମ୍ଭରେ ବରେଣ୍ୟ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ଓ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ
ମହୋଦୟ ଉପସ୍ଥିତ ହୋଇ ନିଜେ ପଣା ପିଇଥିଲେ ଓ କେତେକ ଜନସାଧାରଣଙ୍କୁ ମଧ୍ୟ ପଣା ବଣ୍ଟନ କରିଥିଲେ। ସମ୍ମାନୀୟ ମନ୍ତ୍ରୀ ଙ୍କ ଉପସ୍ଥିତି ଉଭୟ ଶ୍ରଦ୍ଧାଳୁ ଓ ଆୟୋଜକଙ୍କ ଉତ୍ସାହ ବର୍ଦ୍ଧନ କରିଥିଲା।
ସନ୍ଧ୍ୟା ପାଞ୍ଚଟା ରୁ ଆରମ୍ଭ ହୋଇଥିବା ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ ସନ୍ଧ୍ୟା ଆଠ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ପଣା ପିଇବା ସହିତ କିଛି ଶ୍ରଦ୍ଧାଳୁ ପାତ୍ର ଆଣି ଘରକୁ ନେଉଥିବାର ମଧ୍ୟ ଦୃଷ୍ଟି ଗୋଚର ହୋଇଥିଲା। ପାଖାପାଖି ଆନୁମାନିକ ତିନି ହଜାର ଜଣଙ୍କୁ ପଣା ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧିକାଂଶ କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ହୋଇ ପଣା ବଣ୍ଟନ ରେ ସହଯୋଗ କରିଥିଲେ।
