ଅଗ୍ନି ବିପନ୍ନଙ୍କୁ ବିଧାୟକଙ୍କ ତରଫରୁ ସହାୟତା ପ୍ରଦାନ
ବେଲଗୁଣ୍ଠା : (ଉପାନ୍ତ ଖବର ) ସୁକାନ୍ତ କୁମାର ନାୟକଙ୍କ ରିପୋର୍ଟ, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଟିକରପଡା ମିଲ୍ ସାହିରେ ଅଗ୍ନି କାଣ୍ଡ ଘଟି ତିନି ଭାଇଙ୍କ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଥିବା ତିନି ଭାଇ ହେଲେ ମିଛା ନାୟକ, ଅନନ୍ତ ନାୟକ ଓ ଅତ୍ୟୁତ ନାୟକ । ଅଗ୍ନିକାଣ୍ଡର ଖବର ପାଇ ଆଜି ସୋରଡ଼ା ବିଧାୟକ ଶ୍ରୀ ନିଳମଣୀ ବିଶୋଇ ଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ନାୟକ ଅଗ୍ନି ବିପନ୍ନ ଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିଛନ୍ତି । ଶ୍ରୀ ନାୟକ ସେମାନଙ୍କୁ ଚାଉଳ , ଜରି ପାଲ , ପରିବା ଏବଂ ଅନ୍ୟାନ୍ୟ ବ୍ୟବହାର ସାମଗ୍ରୀ ପ୍ରଦାନ କରିବା ସହିତ ଆବାସ ପ୍ଲସ ଯୋଜନାରେ ଅନ୍ତର୍ଭୁକ୍ତ କରି ସମସ୍ତ ଅଗ୍ନି ବିପନ୍ନ ଙ୍କୁ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଆଜି ବିଧାୟକ ପ୍ରତିନିଧି ଶ୍ରୀ ନାୟକଙ୍କ ସମେତ ମଣ୍ଡଳ ଯୁବ ସଭାପତି ମନ୍ମୟ ଖଟେଇ , ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ସାହୁ ଯୁବ ସଂଗଠକ ଶିଶିର ନାୟକ , ସରପଞ୍ଚ ପ୍ରତିନିଧି ଖଦାଳ ବେହେରା , ବୁଥ ସଭାପତି ଟି ନାରାୟଣ ପାତ୍ର ଙ୍କ ସମେତ ଗ୍ରାମର ବହୁ ସଂଖ୍ୟକ ଯୁବକ ଉପସ୍ଥିତ ଥିଲେ ।
