April 24, 2026

ଉମରକୋଟ ଠାରେ ଓଡ଼ିଆ ନବ ବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ପାଳନ…..

IMG-20260415-WA0083
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଗୁଲିପାଟଣାସ୍ଥିତ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥେଶ୍ୱର ମନ୍ଦିର ପ୍ରାଙ୍ଗଣରେ କଳିଙ୍ଗ କଳା ଓ ସାଂସ୍କୃତିକ ଯୁବ ପରିଷଦ ତରଫରୁ ଆଡମ୍ବର ସହ ଓଡ଼ିଆ ନବ ବର୍ଷ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି l ଏହି ଅବସରରେ ସକାଳ ଆଠ ଘଟିକାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷାର୍ଥୀଙ୍କୁ ନେଇ ବିଶାଳ ଶୋଭାଯାତ୍ରା କରାଯାଇ ନଗର ପରିକ୍ରମା ସହ ଓଡିଶାର ବରପୁତ୍ରମାନଙ୍କ ବିଷୟରେ ସ୍ଲୋଗାନ ଦିଆଯାଇଥିଲା l ତତ୍ପରେ ସେମାନଙ୍କ ମଧ୍ୟରେ ସଂଗୀତ ଓ ତର୍କ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା l

ସନ୍ଧ୍ୟା ସମୟରେ ଆୟୋଜିତ ଉଦଯାପନୀ ସମାରୋହରେ ନବ ବର୍ଷ ପାଳନ ସମିତିର ଆବାହକ, ବିଶିଷ୍ଟ ଜନନାୟକ ଶ୍ରୀ ଜୟଦେବ ପରିଡା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଡ଼ା. ସୁରେନ୍ଦ୍ର ନାଥ ଦାଶ, ମୁଖ୍ୟ ବକ୍ତା ଭାବେ ବାଗ୍ମୀ ଡ଼. ବିଜୟ କୁମାର ମିଶ୍ର, କୋରାପୁଟ ଜିଲ୍ଲାର ପ୍ରାକ୍ତନ ଜିଲ୍ଲାପାଳ ଶ୍ରୀ ଗଦାଧର ପରିଡା ( ବରେଣ୍ୟ ଅତିଥି ), ବୁଦ୍ଧିଜୀବୀ ଶ୍ରୀ ଅଶୋକ କୁମାର ସାହୁ ( ସମ୍ମାନିତ ଅତିଥି ) ଭାବେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଶ୍ରୀ ଟୁଟୁବାବୁ ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ତତ୍ପରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା l ମୁଖ୍ୟ ଅତିଥି ଶ୍ରୀ ଦାଶ ନିଜ ବକ୍ତବ୍ୟରେ ଓଡ଼ିଆମାନଙ୍କୁ କର୍ମତତ୍ପର ହେବାକୁ ପରାମର୍ଶ ଦେଇଥିବାବେଳେ ମୁଖ୍ୟ ବକ୍ତା ଶ୍ରୀ ମିଶ୍ର ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ କହିବା ସହ ଆମ ମହାନ ଐତିହ୍ୟ ଓ ସଂସ୍କୃତି ବିଷୟରେ ଆଲୋକପାତ କରିଥିଲେ l

ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ସିଲଡ଼ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ଏହି ଅବସରରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଓ ଏହାକୁ ଶ୍ରୀ କୃଷ୍ଣ ପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ l ଏହାପରେ ନାଟକ, ଅବଲୋକରା ପରିବେଷଣ ହୋଇଥିଲା l କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଯେଉଁମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ସେମାନେ ହେଲେ, ଶ୍ରୀ ସଂଜିତ ବିଶ୍ୱାସ,ଶ୍ରୀ ରମେଶ ଚନ୍ଦ୍ର ସାହୁ,ଶ୍ରୀ ଝାଡ଼େଶ୍ୱର ମହାନ୍ତି, ଶ୍ରୀ ମାର୍କଣ୍ଡ ସାହୁ, ଶ୍ରୀ ଗଣେଶ ପ୍ରସାଦ ରଣା,ଶ୍ରୀ ତ୍ରିପତି ପଟ୍ଟନାୟକ,ଶ୍ରୀ ସମୀର କୁମାର ପ୍ରଧାନ, ଶ୍ରୀ ବାଲାଜୀ ବେହେରା, ଶ୍ରୀ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଶ୍ରୀ ଭାସ୍କର ବେହେରା, ଶ୍ରୀ କୃଷ୍ଣଚନ୍ଦ୍ର ନନ୍ଦ, ଶ୍ରୀ ରାଜକିଶୋର ନାୟକ,ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ,ଶ୍ରୀ ଅଶୋକ ପ୍ରଧାନ ,ଶ୍ରୀ କେଦାରେଶ୍ୱର ପଟ୍ଟନାୟକ, ଶ୍ରୀ ବଂଶୀଧର ଭୂୟାଁ, ଶ୍ରୀମତୀ ଶାନ୍ତିଲତା

ମହାନ୍ତି l ପରିଶେଷରେ ଶ୍ରୀ ତ୍ରିପତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l