May 10, 2026
IMG-20250415-WA0047
Share

 

ବୁଗୁଡ଼ା : ତା ୧୫/୦୪/୨୫ : ବୁଗୁଡ଼ା-କରସିଙ୍ଗି ରାସ୍ତାର କଦମ୍ବମଠ ନିକଟରେ ବାଇକ୍ ଦୁର୍ଘଟଣାର ଶିକାର ହୋଇ ୨ ଜଣ ଯୁବକ ଆହତ ହୋଇଥିବା ଜଣାଯାଇଛି। ଆହତ ଦ୍ବୟ ହେଲେ ଖୋଳଖାଳି ଗ୍ରାମର ରାଜେଶ ରାଉତ (୨୫) ଓ କାହ୍ନୁ ଚରଣ ବେହେରା (୨୦)। ପ୍ରକାଶ ଯେ, ସୋମବାର ରାତିରେ ରାଜେଶ ଓ କାହ୍ନୁ କୌଣସି କାମରେ ବି.କରଡ଼ାବାଡ଼ି ଗାଁକୁ ଯାଇ ସେଠାରୁ ବାଇକରେ ଫେରୁଥିବା ବେଳେ କଦମ୍ବମଠ ନିକଟରେ ରାସ୍ତା ପ୍ରଶସ୍ତିକରଣ ପାଇଁ କଟା ଯାଇଥିବା ଗଛର ଅବଶିଷ୍ଟ ଖୁଣ୍ଟକୁ ଧକ୍କା ଦେଇଥିଲେ। ଫଳରେ ଉଭୟେ ଛିଟିକି ପଡି ଆହତ ହୋଇଥିଲେ। ସେହି ରାସ୍ତା ଦେଇ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଦୁର୍ଘଟଣାରେ ଉଭୟଙ୍କ ମୁଣ୍ଡକୁ ଆଘାତ ଲାଗିବା ସହ ହାତଗୋଡ ଖଣ୍ଡିଆ ଖାବରା ହୋଇଯାଇଥିଲା। ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ରାଜେଶଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।