April 30, 2026

ସୀମାନ୍ତ ବିଷୁବ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି…….

bs0
Share

 

ନବରଙ୍ଗପୁର ,
ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ମହା ବିଷୁବ ସଂକ୍ରାନ୍ତି ଅବସରରେ ସୀମାନ୍ତ ପରିବାର, ନବରଙ୍ଗପୁର ଆନୁକୂଲ୍ୟରେ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି… ଏହି ସାରସ୍ୱତ ସମାରୋହରେ ବିଶିଷ୍ଟ କ୍ରାନ୍ତିକାରୀ ଭୁଦାନ ଆନ୍ଦୋଳନର ସଂସ୍କାରକ ଶ୍ରୀ କୃଷ୍ଣ ସିଂ ଯୋଗ ଦେଇ କବି ଲେଖକ ମାନଙ୍କୁ ସମାଜର ଅବହେଳିତ ବ୍ୟକ୍ତି ତଥା ଘଟଣା ସମୂହର ସଂସ୍କାର ଲାଗି ସ୍ୱଚେତନାର ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ… ମୁଖ୍ୟ ବକ୍ତା ଶ୍ରୀ ନଳିନୀ ରଞ୍ଜନ ମିଶ୍ର ମା, ମାଟି ପାଇଁ ହୃଦୟର ଉନ୍ମୀଳନ ସହ ଉର୍ଦ୍ଧ୍ଵତର ଚେତନାରୁ ଲେଖିବା ପାଇଁ ପ୍ରେରଣା ଦେଇଥିଲେ…ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ବିଷୁବ ସଂକ୍ରାନ୍ତିର ତାତ୍ପର୍ଯ୍ୟ ତଥା ସୀମାନ୍ତ ପରିବାରର ପ୍ରୟାସ ସମ୍ପର୍କରେ ପ୍ରକାଶ କରିଥିଲେ… ବିଶିଷ୍ଟ ଆଇନଜୀବୀ ଶ୍ରୀ ଝାଡ଼େଶ୍ୱର ଖାଡ଼ଙ୍ଗା ସମାଜରେ ନୈତିକ ଅଧଃପତନକୁ ରୋକି ସୁସ୍ଥ ସମାଜ ଗଠନରେ ଲେଖକ ତଥା ସୃଜନଶୀଳ ବ୍ୟକ୍ତି ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ… ଏହି ଅବସରରେ ସୀମାନ୍ତ ପତ୍ରିକାର ବିଷୁବ ସଂଖ୍ୟା ଉନ୍ମୋଚନ ହୋଇଥିଲା ଏବଂ ତତ ସହିତ ଶ୍ରୀ ଜଗନ୍ନାଥ ରାଉତଙ୍କ ପୁସ୍ତକ “ଜିଅନ୍ତା ଶବ” ଓ ଶ୍ରୀ ଆଶୁତୋଷ ପାତ୍ରଙ୍କ କବିତା ସଂକଳନ ଉନ୍ମୋଚନ କରାଯାଇଥିଲା…. କବି ଶ୍ରୀ ଚକ୍ରପାଣି ପରିଛା ଏବଂ ଆଦିବାସୀ ସଂସ୍କୃତି ଗବେଷକ ଶ୍ରୀ ସାଇମନ ବିଡ଼ିକାଙ୍କୁ ଏ ବର୍ଷର ସୀମାନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା… ଶେଷ ପର୍ଯ୍ୟାୟରେ କବିତା ପାଠ କାର୍ଯ୍ୟକ୍ରମକୁ ବିଷ୍ନୁପ୍ରିୟା କରସୁଧା ପଟନାୟକ ଏବଂ ସ୍ମୃତି ପଣ୍ଡା ସଂଯୋଜନା କରିଥିଲେ… ଏଥିରେ ସୁରେଶ ମିଶ୍ର,ଆଶୁତୋଷ ପାତ୍ର, ହର ପ୍ରସାଦ ଦାଶ,କନକ ଲତା ମହାଙ୍କୁଡ,ମନୋଜ ପଟ୍ଟନାୟକ, ସ୍ଵର୍ଣ୍ଣଲତା ପଟ୍ଟନାୟକ, ପର୍ଶୁରାମ ସାହୁ, ସଦାଶିବ ସାହୁ, ବିଷ୍ନୁପ୍ରିୟା କରସୁଧା ପଟନାୟକ,କାମଳାକୃଷ୍ଣ ତ୍ରିପାଠୀ, ସରୋଜ କୁମାର ତ୍ରିପାଠୀ,ନମିତା ଘଡେଇ, ସ୍ମୃତି ପଣ୍ଡା, ଜୟଦେବ ଗଣ୍ଡ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ..
ଶ୍ରୀ ଅଶୋକ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଡ଼ଃ ରଘୁନାଥ ଶତପଥି ସ୍ୱାଗତ କରିଥିବା ବେଳେ ସାଇ କେୟାର ଏଡ଼ୁକେସନର ଛାତ୍ରୀ ମାନେ ଉତ୍କଳ ବନ୍ଦନା ଗାନ କରିଥିଲେ… ଜିଲ୍ଲା କୃଷି ଅଧିକାରୀ ତଥା ସୀମାନ୍ତ ପରିବାରର ସଦସ୍ୟ ଶ୍ରୀ ଜି. ଭେଙ୍କେଟ ରେଡ୍ଡୀ କୃତଜ୍ଞତା ଅର୍ପଣ କରିଥିଲେ… ଶ୍ରୀ ୱାଇ. ପ୍ରଭାକର ପାତ୍ର, ସୁରେଶ ଚନ୍ଦ୍ର ମିଶ୍ର, ରାମକୃଷ୍ଣ ପାତ୍ର, ଦୁର୍ଗା ପ୍ରସାଦ ପାଢ଼ୀ,ଜି. ଭେଙ୍କେଟ ରେଡ୍ଡୀ, ରବିକାନ୍ତ ରଘୁରାମ,ତୁଳସୀ ରାମ ଗୌଡ଼, ଲାଲୁ ଶତପଥି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ଦିଗରେ ବିଶେଷ ସହଯୋଗ କରିଥିଲେ…ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଜୟ କୁମାର ଚୌଧୁରୀ, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଡ଼ଃ ରାଧାନାଥ ବେହେରା, ଜେମାମଣି ବିଷୋୟୀ, ସବ୍ୟସାଚୀ ବିଷୋୟୀ, ଗଣେଶ୍ଵର ଦାସ, ହୃଷିକେଶ ଦାଶ, ଅବନୀ କୁମାର ତ୍ରିପାଠୀ, ନିରଞ୍ଜନ ମିଶ୍ର, ଜଗନ୍ନାଥ ବେହେରା, ନିହାରିକା ମଲ୍ଲିକ,, ତ୍ରିପତି ବାଲାଜୀ ସାହୁ, ଗାୟତ୍ରୀ ବିଷୋୟୀ, ସାନୁଜ ପାତ୍ର, ହେମଲତା ମାଝୀ, ବେଣୁଗୋପାଳ ରାଓ, ରାମ ପ୍ରସାଦ ପାତ୍ର, ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ..( ଏମ୍.ଦିନା°ଶୁ ଆଚାରୀ )

You may have missed