June 15, 2026

ଡ୍ରାଇଭର ମହାସଂଘ ର ବନ୍ଦ ଡାକରା ରେ ପାତ୍ରପୁର ଯାତ୍ରୀବାହୀ ସେବା ଠପ୍।

IMG-20230315-WA0043
Share

 

ପାତ୍ରପୁର ୧୫/୦୩/୨୩

ଓଡ଼ିଶା ଡ୍ରାଇଭର ମହାସଂଘ ର ବନ୍ଦ ଡାକରା ରେ ପାତ୍ରପୁର ବ୍ଳକ ରେ ଯାତ୍ରୀବାହୀ ଯାନବାହାନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଡ୍ରାଇଭର ମାନଙ୍କ ୧୦ ଦଫା ଦାବି ପୂରଣ ପାଇଁ ଡ୍ରାଇଭର ମାନେ ସାମନ୍ତିଆପଲ୍ଲୀ ଛକ, କେଲୁଆ ଛକ, ବି ନୂଆଗାଁ, ଘାଟି ମୁକୁନ୍ଦ ପୁର ଠାରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ରେ ବସି ସ୍ଲୋଗାନ ଦେଇଥିଲେ। ଯାତ୍ରୀବାହୀ ଯାନବାହାନ ବନ୍ଦ ଥିବା ହେତୁ ଯାତ୍ରୀ ମାନେ ହଇରାଣ ହୋଇଥିବା ବେଳେ ଡ୍ରାଇଭର ମହାସଂଘ ପକ୍ଷରୁ ସ୍ୱତନ୍ତ୍ର ଗାଡ଼ି କରି ଗର୍ଭବତୀ, ପ୍ରସୂତି ଓ ରୋଗୀ ମାନଙ୍କୁ ମେଡ଼ିକାଲ ନେଇ ଗୃହ କୁ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। ପାତ୍ରପୁର ଡ୍ରାଇଭର ମହାସଂଘ ର ସଭାପତି ସନ୍ତୋଷ କୁମାର ସେଠୀ,ସମ୍ପାଦକ କୁମୁଦ ରଞ୍ଜନ ପ୍ରଧାନ,କୋଷାଧ୍ୟକ୍ଷ ଅଲେଖ ସାହୁ, ସହ ସଂପାଦକ ସୁନୀଲ ଗୌଡ, ସହ କର୍ମୀ ବାଳକୃଷ୍ଣ ବେହେରା ଓ ପ୍ରଶାନ୍ତ କୁମାର ବେହେରା ଙ୍କ ସମେତ ଅନେକ ଡ୍ରାଇଭର ଧାରଣା ରେ ଉପସ୍ଥିତ ଥିଲେ।

ପାତ୍ରପୁର ବ୍ଳକ ରୁ ସନ୍ତୋଷ କୁମାର ପ୍ରଧାନ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡ଼ିଶା

You may have missed