ଭବାନୀପାଟଣା ଠାରେ ମହାଶିବରାତ୍ରି ପାଳନ

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ଆଜି ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଭବାନୀପାଟଣା ସହରର ସମସ୍ତ ଶୈବ ପୀଠ ଗୁଡିକରେ ଭୋର ସକାଳୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ମଧ୍ୟରେ ଉଲ୍ଲାସ, ଉଦ୍ଦୀପନା ଦେଖିବାକୁ ମିଳିଥିଲା। ମନ୍ଦିର ଗୁଡିକରେ ଭକ୍ତ ମାନେ ଯେପରି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଓ ଏଥି ମଧ୍ୟରେ କୌଣସି ପ୍ରକାରର ଅଘଟଣ ଯେପରି ନଘଟେ,ସେନେଇ ସମସ୍ତ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥିଲା। ଏଥିସହ ସୂଚନା ମିଳିଛି ଯେ, ରାତ୍ର ୧O ଟା ସମୟରେ ମନ୍ଦିରରୁ ମହାଦ୍ବୀପ ଉଠିବା ପରେ,ହରିହର ଭେଟ କାର୍ଯ୍ୟକ୍ରମ ରହିଥିବାବେଳେ, ରାତ୍ରରେ ଯେଉଁ ଶ୍ରଦ୍ଧାଳୁ ମନ୍ଦିରରେ ରାତ୍ର ଜାଗର ଜାଳିବେ, ସେମାନଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସୁବନ୍ଦୋବସ୍ତ କରାଯାଇଛି।
