June 19, 2026

ପଶ୍ଚିମେଶ୍ୱର ଙ୍କ ପୀଠରେ ୫ମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି

IMG-20230215-WA0009
Share

 

 

ବୋଲଗଡ଼,୧୫/୦୨(ଉପାନ୍ତ ଓଡିଶା):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ପାଟବନ୍ଧ ଗ୍ରାମର ଆରଧ୍ୟ ଦେବ ପଶ୍ଚିମେଶ୍ୱର ଙ୍କ ପୀଠରେ ୪ଦିନଧରି ପଞ୍ଚମ ଆଞ୍ଚଳିକ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି ।ପାଟବନ୍ଧ ଗ୍ରାମ ସମେତ ପଡୋଶୀ ଗ୍ରାମ ଓ ବାହାରୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆସି ମହାଯଜ୍ଞ ରେ ଯୋଗଦାନ କରିଥିଲେ। ଆରାଧ୍ୟ ଠାକୁର ପଶ୍ଚିମେଶ୍ୱର ଙ୍କ ପୀଠରେ ବୈଦିକ ବିଧିରେ ଆଞ୍ଚଳିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି।୧୨ତାରିଖରେ ଅଙ୍କୁର ରୋପଣ ହୋଇଥିବା ବେଳେ ୧୩ତାରିଖରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ଜଳ କଳସ ଧରି ସୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ମହାଯଜ୍ଞ ସ୍ଥଳୀ ରେ ପହଞ୍ଚି କଳସ ସ୍ଥାପନ କରିଥିଲେ।ତତ ସହିତ ଦେବତା ଆବାହନ ଏବଂ ଅଗ୍ନି ସଂସ୍କାର କାର୍ଯ୍ୟ ଆରମ୍ଭ କରା ଯାଇଥିଲା । ୧୪ତାରିଖ ଓ ୧୫ ତାରିଖରେ ଆଚାର୍ଯ୍ୟ ମାନଙ୍କଦ୍ୱାରା ଶ୍ରୀମଦ୍ ଭାଗବତ ଗୀତା ଆହୁତି, ସୂର୍ଯ୍ୟ ପୂଜା, ଗୋ ପୂଜା, ଶାଲା ପୂଜା, ରୁଦ୍ର ଅଷ୍ଟାଧ୍ୟାୟି, ରାଷ୍ଟ୍ର ହୋମ,ଓ ପରିଶେଷରେ ପୂର୍ଣାହୁତି ଦିଆଯାଇଥିଲା। ଏହି ପୁର୍ଣାହୁତି ରେ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେଇଥିଲେ। ଏବଂ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed