April 24, 2026

କନକ ପୁର ପଞ୍ଚାୟତରେ ଅର୍ପଣ ରଥର ସ୍ବାଗତ ସମାରୋହ….

ikjjo
Share

                                                                                                                                                                               ତିର୍ତ୍ତୋଲ ::- ବାଣୀ କ୍ଷେତ୍ର ଝଙ୍କଡ଼ ଶାରଳାପୀଠ କନକପୁର ପଞ୍ଚାୟତରେ ଅର୍ପଣ ରଥକୁ ବିଭିନ୍ନ ମଠ ମନ୍ଦିର ଠାରୁ ଆରମ୍ଭ କରି ଜନବସତି ମାନଙ୍କରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ବାଗତ କରାଯାଉ ଥିବାର ଦେଖିବାକୁ ମିଳିଥିଲା। ପଞ୍ଚାୟତର ସରପଞ୍ଚ ରେବତୀ ମହାନ୍ତି ଙ୍କ ନେତୃତ୍ୱରେ ଓ ଯୁବସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗତ ଶନିବାର ଦିନ ଏହି ସ୍ବାଗତ କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ଗୌତମ ପରିଜା ଜି ଆର୍ ଏସ୍ ଶୁଭେନ୍ଦୁ ମୁଦୁଲି , ସି ଆର୍ ପି ଅପରାଜିତା ଦାଶ , ନାୟବ ସରପଞ୍ଚ ପଦନ ସେଠୀ ଙ୍କ ସମେତ ୱାଡ ସଭ୍ୟା ସସ୍ମିତା ଦାସ, ସୁମିତ୍ରା ମହାନ୍ତି ଓ ରେଣୁକା ନାୟକ ପ୍ରମୁଖ ଯୋଗଦେଇଥିବା ବେଳେ , ସମସ୍ତ ଏସ ଏସ ଜି ଗ୍ରୁପ , ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ମାନେ ମଧ୍ୟ ପରିଚାଳନା କରିଥିଲେ। ଝଙ୍କଡ଼ ସାରଳାମନ୍ଦିର ସମ୍ମୁଖରୁ ଏହି ଅର୍ପଣରଥ ପରିକ୍ରମାର ଶୁଭାରମ୍ଭ ହୋଇ କନକେଶ୍ୱର୍ ମହାଦେବ , ହନୁମାନ ମନ୍ଦିର , ଜାଗୁଳାଇ, ବ୍ରଜବିହାରୀ , ଗୋବିନ୍ଦଜୀଉ , ଭେଟ୍ଟବର୍ , ଲଣ୍ଡାଦେଉଳ, ଗୋପାଳ ଜୀଉ , ମୁଣ୍ଡ ଟଙ୍ଗା ବର୍ ଗଛ , ତାରାଦେଈ , ଛତ୍ରମଠ ଆଦି ଧର୍ମପୀଠ ଓ ଜନବସତି ଆଦି ପରିକ୍ରମା କରିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ରଜନୀ କାନ୍ତ ରାଉଳ , ପ୍ରକାଶ ସିଂହ , ଲଳିତ ମହାନ୍ତି , ସୁରେନ୍ଦ୍ର ବିଶ୍ବାଳ , ଲକ୍ଷ୍ମୀଧର ଦାସ , ଈଂ ସୁମିତ ଦାସ , ରମେଶ ଚନ୍ଦ୍ର ରାଉଳ , ବିଜୟ ହାତୀ ଓ ସର୍ବେଶ୍ଵର ମଲ୍ଲିକ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ତେବେ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା।
(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଖବର !)

You may have missed