April 24, 2026

ଉମରକୋଟ ବିଜେପି କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟକ ଙ୍କ ଶ୍ରଦ୍ଧାଞ୍ଜଳୀ ଦିବସ ପାଳନ……..

ujhguj
Share

 

 

ଗତକାଲି ତା:14:01:2024 ରବିବାର ଅପରାହ୍ନ 5:00 ଘଣ୍ଟିକା ସମୟରେ ଉମରକୋଟ ନଗର bjp କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟକ ସ୍ବର୍ଗତ ଧର୍ମୁ ଗଣ୍ଡ ଙ୍କ ପୁଣ୍ୟତିଥି ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା ।ସ୍ବର୍ଗତ ଧର୍ମୁ ଗଣ୍ଡଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ଧୁପ ପ୍ରଜ୍ବଳନ କରି ସମସ୍ତେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ ଏବଂ ତାଙ୍କରି ଅମର ଆତ୍ମାର ସଦ୍ଗତି କାମନା କରି ସମସ୍ତେ ସ୍ମୃତିଚାରଣ କରିଥିଲେ ।ଏଥିରେ ଉମରକୋଟ ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ରାଜ୍ୟ ସଂମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ନଗର ସଭାପତି ଗୋପୀନାଥ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ,ସଂଯୋଜକ ଶୁରେସ ଆଚାର୍ଯ୍ୟ, ଲ୍ଲା ସମ୍ପାଦକ ରାମ ନାୟକ,ମହିଳା ନେତ୍ରୀ ମନ୍ଦିରା ନାୟକ,ଜିଲ୍ଲା ଯୁବମେର୍ଚା ଉପ ସଭାପତି ସତ୍ୟ ବେହେରା,ପ୍ରମୁଖ ନଗରମଣ୍ଡଳର ବହୁ କାର୍ଯ୍ୟକର୍ତା ଙ୍କ ଉପସ୍ଥିତିରେ ନଗର ସାଧାରଣ ସମ୍ପାଦକ ପ୍ରଭାତ ନାୟକ ଶ୍ରଦ୍ଧାଞ୍ଜଳୀ ସଭା ପରିଚାଳନା କରିଥିଲେ ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

You may have missed