October 15, 2026

୭୦ତମ ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ କବାଡ଼ି ପ୍ରତିଯୋଗିତା ଉଦଯାପିତ

IMG-20261014-WA0138
Share

 

 

# ୧୪ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ବର୍ଗରେ ଭାଗ ନେଇଥିଲେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଖେଳାଳି…

ଚିକିଟି

ଶୁଭଶ୍ରୀ ପ୍ରଧାନ

ଗଞ୍ଜାମ ଜିଲ୍ଲାର ୭୦ତମ ବିଦ୍ୟାଳୟ ସମୂହ କବାଡ଼ି ପ୍ରତିଯୋଗିତା ପାତ୍ରପୁର ବ୍ଲକ ଅନ୍ତର୍ଗତ ସାମନ୍ତିଆପଲ୍ଲୀ ସ୍ଥିତ ମହନ୍ତଶ୍ରୀ ପରାଙ୍କୁଶ ବିଦ୍ୟାପୀଠ ପରିସରରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ବେଳେ ବୁଧବାର ଦିନ ଉଦଯାପିତ ହୋଇଯାଇଛି। ୧୪ ଓ ୧୭ ବର୍ଷରୁ କମ ବୟସର ବାଳକ ଓ ବାଳିକା ବର୍ଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ୨୨ଟି ବ୍ଲକରୁ ପ୍ରାୟ ୧୪୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଯୋଗଦେଇ ନିଜ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ ।

ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ମଣ୍ଡଳ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ, ପାତ୍ରପୁର ପକ୍ଷରୁ ଏହାର ଆୟୋଜନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ବ୍ରହ୍ମପୁର ଏହାର ପ୍ରଯୋଜକ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ ପାଣିଗ୍ରାହୀ ଓ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ବୁଧବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା, ବିଡିଓ ଲକ୍ଷ୍ମଣ ଚରଣ ସୋରେନ , ଚିକିଟି ବିଇଓ ପନ୍ନଗ ଭୂଷଣ ମାଝୀ,ତହସିଲଦାର ଅଶୋକ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଶିକ୍ଷକ ସଂଘ ସଭାପତି ଜନାର୍ଦ୍ଦନ ସାହୁଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଥିଲେ। ୨୨ଟି ବ୍ଳକର ୧୪ ବର୍ଷରୁ କମ ଖେଳାଳୀ ମାନେ ଅତିଥି ମାନଙ୍କ ସମ୍ମୁଖରେ ନିଜ ନିଜ ବ୍ଳକର ପ୍ଲା କାର୍ଡ ଧରି ରାଲି କରିଥିବା ବେଳେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ଭାଗିରଥି ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ଦଳଗତ ସହଯୋଗ ଓ ପ୍ରତିଯୋଗିତାମୂଳକ ଦକ୍ଷତାର ବିକାଶ ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ତିନିଦିନିଆ ଏହି କ୍ରୀଡ଼ା ମହୋତ୍ସବରେ ବିଭିନ୍ନ ବିଦ୍ୟାଳୟର ଖେଳାଳିଙ୍କ ମଧ୍ୟରେ ରୋମାଞ୍ଚକର କବାଡ଼ି ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଏହି ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାରେ ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ସାନଖେମୁଣ୍ଡି ସହ ପାତ୍ରପୁର ଟିମ ଫାଇନାଲରେ ପହଞ୍ଚିଥିବା ବେଳେ ପାତ୍ରପୁର ବ୍ଲକ ଟିମ୍ ବିଜେତା ହୋଇ ଟ୍ରଫି ହାସଲ କରିଥିଲେ। ସେହିପରି ବାଳକ ବର୍ଗରେ ଛତ୍ରପୁର ସହ ହିଞ୍ଜିଳିକାଟୁ ଟିମ୍ ଫାଇନାଲରେ ପହଞ୍ଚି ଥିବା ବେଳେ ଛତ୍ରପୁର ଟିମ୍ ବିଜେତା ହୋଇ ଟ୍ରଫି ହାସଲ କରିଥିଲେ । ୧୭ ବର୍ଷରୁ କମ ବାଳକ ବର୍ଗରେ ଶେରଗଡ ସହ ଧରାକୋଟ ଟିମ୍ ଫାଇନାଲରେ ପହଞ୍ଚି ଥିବା ବେଳେ ଶେରଗଡ ଟିମ୍ ବିଜେତା ହୋଇ ଟ୍ରଫି ହାସଲ କରିଥିଲେ । ସେହିଭଳି ବାଳିକା ବର୍ଗରେ ରଙ୍ଗେଇଲୁଣ୍ଡା ସହ ହିଞ୍ଜିଳିକାଟୁ ଫାଇନାଲରେ ପହଞ୍ଚି ଥିବା ବେଳେ ଜଙ୍ଗେଇଲୁଣ୍ଡା ଟିମ୍ ବିଜେତା ହୋଇ ଟ୍ରଫି ହାସଲ କରିଛନ୍ତି। ଆଜିର ଉଦଯାପନୀ କାର୍ଯ୍ୟକ୍ରମରେ ଉଭୟ ବିଜେତା ଓ ଉପ ବିଜେତା ଦଳ ଗୁଡିକୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟ ପକ୍ଷରେ ଏହି ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତାରେ ପ୍ରାୟ ୪୮ ଜଣ କବାଡି ଖେଳାଳିଙ୍କୁ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ଚୟନ କରିଥିବା ନେଇ ଜିଲ୍ଲା କ୍ରୀଡା ଅଧିକାରୀ ସୂଚନା ଦେଇଛନ୍ତି। ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା ଖେଳ ପରିଚାଳନା କରାଯାଇଥିଲା। ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ କ୍ରୀଡା ଶିକ୍ଷକ ଅରୁଣ କୁମାର ମହାନ୍ତି ସହଯୋଗ କରିଥିଲେ।

You may have missed