October 15, 2026

ବେଲଗୁଣ୍ଠା ଏନ୍‌ଏସି ଉପାଧ୍ୟକ୍ଷା ଭାବେ ପ୍ରିୟମ୍ବଦାଙ୍କ ଦାୟିତ୍ୱ ଗ୍ରହଣ;ସହରର ବିକାଶ ଓ ମହିଳାଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ

IMG-20261014-WA0129
Share

 

 

ବେଲଗୁଣ୍ଠା:୧୪/୧୦, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ନୂତନ ଉପାଧ୍ୟକ୍ଷା ଭାବେ କାଉନସିଲର ପ୍ରିୟମ୍ବଦା ସାମଲ ସୋମବାର ପୂର୍ବାହ୍ଣ ୧୧ଟାରେ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଯାଇଥିଲା।ସହରର ସର୍ବାଙ୍ଗୀନ ବିକାଶ ସହ ମହିଳାମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱ ଦେବାକୁ ନୂତନ ଉପାଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜଣାଇଥିବା ଅତିଥିମାନେ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ନଗରପାଳ ଫିରୋଜ ସେଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ସମେତ କାଉନସିଲର ଦିବ୍ୟରଞ୍ଜନ ଦାସ, ଭାସ୍କର ପାତ୍ର, ଦିଲ୍ଲୀପ କୁମାର ଆଚାରୀ, ପ୍ରଦୀପ କୁମାର ସେଠୀ, ବିଶ୍ୱନାଥ ଦଳାଇ, ପ୍ରଗତି ପାତ୍ର, ପ୍ରତିମା କୁମାରୀ ସ୍ୱାଇଁ ଓ ଲିଜା ବେହେରାଙ୍କ ସମେତ ଏନ୍‌ଏସିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପୂର୍ବତନ ଉପାଧ୍ୟକ୍ଷା ଟି. ବବିତା କୁମାରୀ ଅନାସ୍ଥା ପ୍ରସ୍ତାବରେ ପରାଜିତ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଗତ ମାସ ୨୯ ତାରିଖରେ ଉପାଧ୍ୟକ୍ଷା ପଦବୀ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ପ୍ରିୟମ୍ବଦା ସାମଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed