October 15, 2026

ମୋହନା ଏବଂ ଚାନ୍ଦିପୁଟ ଡ଼ିଗ୍ରୀ ମହାବିଦ୍ୟାଳୟ ରେ ବିଧାୟକ ସମର୍ଥିତ ପାର୍ଥି ଙ୍କ ବିପୁଳ ବିଜୟ

IMG-20261015-WA0105
Share

ମୋହନା (ଜୁନେସ ଶବର )ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ଥିବା ଦୁଇ ମହାବିଦ୍ୟାଳୟ ମୋହନା ହିଲ ଟପ ମହାବିଦ୍ୟାଳୟ ଏବଂ ଚାନ୍ଦିପୁଟ ସ୍ଥିତ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟ ରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଙ୍କ ସମର୍ଥିତ ସମସ୍ତ ପାର୍ଥି ବିପୁଳ ଭୋଟ ପାଇ ବିଜୟୀ ହୋଇଥିବା ଦେଖିବାକୁ ମିଳିଛି। ଏହି ସମସ୍ତ ପାର୍ଥି ବିଧାୟକ ଙ୍କ ସହିତ ମିଶି ବିଜୟ ଉତ୍ସବ ପାଳନ କରିବା ସଙ୍ଗେ ବିରାଟ ପଟୁଆରରେ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। ମୋହନା ମହାବିଦ୍ୟାଳୟ ରେ ସଭାପତି ଭାବେ ଲିଟୁ ନାୟକ, ଉପସଭାପତି ସୁବ୍ରତ ନାୟକ, ସମ୍ପାଦକ ଲାଲୁ ମାଝୀ, ଡ୍ରାମାଟିକ ସମ୍ପାଦକ ସମିତା ବେହରଦଳାଇ, ଅଥଲେଟିକ ସମ୍ପାଦକ ଅରୁଣ ଦଳାଇ, ସହକାରୀ ସମ୍ପାଦକ ଅରୁଣ ମଲ୍ଲିକ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ତଥା ମହାବିଦ୍ୟାଳୟ ଅଧ୍ୟକ୍ଷ ଘୋଷଣା କରିଛନ୍ତି। ସେହିପରି ଚାନ୍ଦିପୁଟ ମହାବିଦ୍ୟାଳୟ ରେ ନିର୍ବାଚିତ ହୋଇଛନ୍ତି ସଭାପତି ଭାବେ ସୁଶାନ୍ତ ଶବର, ଉପସଭାପତି ବାଦଲ କୁମାର ଗୌଡ଼, ସାଧାରଣ ସମ୍ପାଦକ ଗାୟତ୍ରୀ ରଇତ, ସହକାରୀ ସାଧାରଣ ସମ୍ପାଦକ ଶୁଭମ କୁମାର ରାଉତ, ଡ୍ରାମାଟିକ ସମ୍ପାଦକ ମିଟୁ ଯାନୀ, ସହକାରୀ ଡ୍ରାମାଟିକ ସମ୍ପାଦକ ଜସ୍ମିନ ବଡ଼ରଇତ, ଅଥଲେଟିକ ସମ୍ପାଦକ ମିଶାଲ ବିଷୋୟୀ, ସହକାରୀ ଅଥଲେଟିକ ସମ୍ପାଦକ ଭାସ୍କର ନାୟକ ନିର୍ବାଚିତ ହୋଇଥିବା ସ୍ଥାନୀୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଘୋଷଣା କରିଛନ୍ତି। ସ୍ଥାନୀୟ ବିଧାୟକ ନିର୍ବାଚିତ ହୋଇଥିବା ଛାତ୍ର ସଂସଦ କର୍ମକର୍ତ୍ତାଙ୍କୁ ସୁବେଚ୍ଛା ଜଣାଇ ନିଜ ନିଜ ମହାବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତ୍ତି କରିବା ନିମନ୍ତେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ଏବଂ ମହାବିଦ୍ୟାଳୟ ଗୁଡିକ ରେ ସମସ୍ତ ଅଭାବ ଦୂର କରିବା ଦିଗରେ ନିଜେ ବିଧାୟକ ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି।

You may have missed