October 14, 2026

କୋରାପୁଟ୍ ଜିଲ୍ଲା କୋଟପାଡ ସୁନାର ବେଲି ନୂଆଗାଁ   ଗ୍ରାମ ପଞ୍ଚାୟତ ରେ ମଦବନ୍ଦ କରିବା ପାଇଁ ଥାନାରେ ଦାବି ପତ୍ର ପ୍ରଦାନ

IMG-20261014-WA0097
Share

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି ଅଧିନସ୍ତ ସୁନାର ବେଲି ନୂଆଗାଁ ଗ୍ରାମ ପଞ୍ଚାୟତ ର ସମସ୍ତ ଗାଁ ଗୁଡିକରେ ବିହାରୀ ମଦ ଯୋଗାଣ କୁ ବନ୍ଦ କରିବା ଏବଂ ସ୍କୁଲ ପାଖରେ ମଦ ବିକ୍ରି କୁ ବନ୍ଦ କରିବା ପାଇଁ ପଞ୍ଚାୟତ ରୁ ଏକ ହଜାର ରୁ ଉର୍ଦ୍ଧ ମହିଳା ଆଜି ଅପରାହ୍ନ ରେ ପୋଲିସ ଥାନାରେ ଏକ ଦାବିପତ୍ର ପ୍ରଦାନ କରିଥିଲେ l କମ ବୟସ ରେ ଯୁବତୀ ମାନେ ବିଧବା ହେଉଛନ୍ତି.ଯୁବକ ମାନେ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି.କମ ବୟସ ର ପିଲା ଓ ଯୁବକ ମାନେ ମଦ୍ୟ ପାନର ଆସକ୍ତ ହୋଇ ବିଭିନ୍ନ ରୋଗରେ ପୀଡିତ ହବା ସହ ଦୁର୍ଘଟଣାର ଶିକାର.ହେଉଛନ୍ତି.କେତକ ଯୁବକଙ୍କ ଅକାଳରେ ବିୟୋଗ ହେଉଛନ୍ତି ରୋଜ ଗାରିଆ ପୁଅ କୁ ହରାଇ ପରିବାର ସର୍ବ ସ୍ୱାନ୍ତ ହୋଇ ପଡୁଛି.ତେଣୁ ତୁରନ୍ତ ମଦ ବିକ୍ରି ବନ୍ଦ ନ ହେଲେ ରାଜ ରାସ୍ତାକୁ ଓଲ୍ହାଇ ବାକୁ ବାଧ୍ୟ ହେବୁ ବୋଲି ଉକ୍ତ ଦାବି ପତ୍ର ରେ ଉଲେଖ ଥିବାର ବେଳେ ସମିତି ସଭ୍ୟା ଶ୍ରୀଦେବୀ ଭତରା. ସମାଜ ସେବି ନୀଳକଣ୍ଠ ଗାଦବ. ଉଦୟ ବେହେରା ମହେଶ୍ୱେର ବିଶୋଇ. ରମେଶ୍ୱେର ବେହେରା ପ୍ରଫୁଲ୍ଲ ବିଶୋଇଙ୍କ ସମେତ ଉକ୍ତ ପଞ୍ଚାୟତ ର ଏକ ହଜାର ରୁ ଉର୍ଦ୍ଧ ମହିଳା ଦାବିପତ୍ର ପ୍ରଦାନ ସମୟ ରେ ସାମିଲ ଥିଲେ l

ବୁଧବାର ପଞ୍ଚlୟାତର ୧୦ ଖଣ୍ଡ ଗ୍ରାମର ମହିଳା ମାନେ ଦାବି ପତ୍ରପ୍ରଦାନ କରିଥିବାର ଜଣାଯାଇଛି l ଥାନା ଅଧିକାରୀ ଶ୍ରୀମତୀ ରେନୁ ମାଝୀ ଦାବିପତ୍ର ଗ୍ରହଣ କରି ଥିଲେ ଏବଂ ସମସ୍ୟା ର ସମାଧାନ ଖୁବ ଶୀଘ୍ର ହେବ ବୋଲି ପ୍ରତି ଶ୍ରୁତି ଦେଇଥିଲେ କିନ୍ତୁ ଆଇନ କୁ କେହି ମଧ୍ୟ ହାତ କୁ ନେବାକୁ ହେବ ନାହିଁ ବୋଲି ପରାମର୍ଶ ଦେଇଥିବା ଜଣା ଯାଇଛି l କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର.

You may have missed