June 13, 2026

ମୁକ୍ତାପୁର କ୍ଲଷ୍ଟର ରେ “ସୁରଭି ୨୦୨୫”କାର୍ଯ୍ୟକ୍ରମ 

IMG-20251014-WA0129
Share

 

 

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ମୁକ୍ତାପୁର କ୍ଲଷ୍ଟର ର ସୁରଭି କାର୍ଯ୍ୟକ୍ରମ ମହାମାୟା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।. ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମଲିପୁର ସରପଞ୍ଚ ସୁଦାମ ସେଠି, ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ଶତପଥୀ, ସନ୍ନମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମଙ୍ଗରାଜ ଯୋଗ ଦେଇ ଲୁକାୟିତ ପ୍ରତିଭା ର ବିକାଶ ପାଇଁ ଏଭଳି ଉଦ୍ୟମ କୁ ପ୍ରଶଂସା କରିବା ସହିତ ଅଭିଭାବକ ,ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ସହଯୋଗରେ ଆଗକୁ ନେବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିର୍ଣ୍ଣ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷାର୍ଥୀ ମାନେ ନିଜନିଜର କୃତିତ୍ୱ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ lମୁକ୍ତାପୁର ସାଧନ କେନ୍ଦ୍ର ସଂଯୋଜିକା ପୂର୍ଣ୍ଣଲଷ୍ମୀ ମହାରଣlଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ନରହରି ନନ୍ଦ, ମମତା ବେହେରା,ପଦ୍ମନାଭ ସାହୁ, ରମେଶ ଚନ୍ଦ୍ର ସହୂ, ସୁରେଶ ଚନ୍ଦ୍ର ସାହୁ, ଲଷ୍ମୀଧର ପଣ୍ଡା, ଅଞ୍ଜଳୀ ବେହେରା, ନୃସିଂହ ମାନି ବେହେରା, ବିଭୂଜ୍ୟୋତି ପଟଟନାୟିକ, ସୁନିତା ମହାରଣା,, ଅଲିଆ ଫିର୍ଦୋଷ,ପ୍ରଣତି ବରାଳ, ବବିତା ଦତ୍ତ, ଅନିତା ମହାପାତ୍ର, ବିଜୟ କୁ ସାହୂ, ଅଜୟ ସାହୂ, ହୀରାମଣି ରାଉତ, ସୁକନ୍ତ ସେଠି, ରାଜେଶ୍ବରୀ ସାହୂ,ଚିଦାନନ୍ଦ କହଁର, ରଶ୍ମି ମିଶ୍ର, ଦୁଖିଶ୍ୟାମ ସାହୂ, ଚନ୍ଦ୍ରକାନ୍ତ ସୁନ୍ଦରାୟ, ମଧୁସ୍ମିତା ସେଠି, ଜୟନ୍ତୀ ନାହାକ,ସୁଜାତା ପାଲଟାସିଂହ, ସ୍ନେହ ଲତା ସାହୂ ଇତ୍ୟାଦି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ l

You may have missed