ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଅନ୍ତର୍ଗତ ସିଂହପାଲି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ
ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଅନ୍ତର୍ଗତ ସିଂହପାଲି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯକ୍ରମ ତା. ୧୪/୧୦/୨୦୨୫ ମଙ୍ଗଳବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରମାଣପୁର ରେ କେନ୍ଦ୍ର ସାଧନ ସଂଯୋଜକ ଶ୍ରୀଯୁକ୍ତ କୃତାର୍ଥ ଚନ୍ଦ୍ର ଭୁଏ ଙ୍କ ତତ୍ତ୍ଵାବଧାନ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିରେନ ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା । ଏହାର ଉଦ୍ଘାଟନୀ ସମାରୋହ ରେ ସଭାପତି ବିରେନ୍ ଭୋଇ, ମୁଖ୍ୟଅତିଥି ବିଦ୍ୟାଳୟ ପରିଚାଳନା କମିଟୀ ର ସଭାପତି ସୁବ୍ରତ ବେହେରା,ସମ୍ମାନିତ ଅତିଥି ଭାବେ ଦେବରାଜ ବେହେରା, ମୋତିଲାଲ ଦେବତା , ସୁରେନ୍ଦ୍ର ମଲ୍ଲିକ, ରବି ପ୍ରଧାନ, ପ୍ରଶାନ୍ତକୁମାରପ୍ରଧାନ, ଶକୁନ୍ତଳା ମିଶ୍ର, ଲଲିତା ପ୍ରଧାନ, ଲକ୍ଷ୍ମଣ ସାହୁ , ରବି ବନଛୋର , ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଶିକ୍ଷକ ମନୋରଞ୍ଜନ ମିଶ୍ର ଅତିଥି ପରିଚୟ ତଥା ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ଗୋକୁଳାନନ୍ଦ ଅର୍ପଣ କରିଥିଲେ ।
ଏଥିରେ କ୍ଲଷ୍ଟରର ୧୬୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
ଉଦ୍ ଯାପନୀ ଉତ୍ସବରେ ମୁଖ୍ଯ ଅତିଥି ରୂପେ ବ୍ଳକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କାର୍ତ୍ତିକ ବାଗ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲଳିତ କୁମାର ଭୋଇ ଓ ସୁମନ୍ତ ସାହୁ। ଶିକ୍ଷକ ସୁଶାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସିଂହପାଲିର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଥିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ଯ ତଥା ପରମାଣପୁର ର ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ
