March 11, 2026

ଗଜପତି ଜିଲ୍ଲାପାଳ ଙ୍କ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ କୁ ଗସ୍ତ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା …

IMG-20240914-WA0036
Share

 ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ଆଜି ଦିନିକିଆ ମୋହନା ବ୍ଲକ ଗସ୍ତରେ ଆସି ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସଙ୍ଗରେ ନେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଙ୍କ ସହ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଙ୍କ ସମେତ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ, ତହସିଲଦାର ସତ୍ୟବାନ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ ଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଟ ଯନ୍ତ୍ରୀ ପ୍ରମୁଖ ଜିଲ୍ଲାପାଳ ଙ୍କ ସହ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ପୁଙ୍ଖାନପୁଙ୍ଖ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ଥାନୀୟ ଆଦିବାସୀ ମାନେ ସେମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ। ଜିଲ୍ଲାପାଳ ଆଜି ଗସ୍ତ ସମୟରେ ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ, ଲବାରସିଂ, ମାଣିକପୁର ପଞ୍ଚାୟତ ର

କମାରଖାଲ ଓ ବାଲିଗଣ୍ଡା ଗ୍ରାମ ଗସ୍ତ କରିଥିବା ବେଳେ ଆକିଲି ସହ ମୋହନା ଗ୍ରାମ ପଞ୍ଚାୟତ ର ମୋହନା ଠାରେ ଥିବା ମକା ଚାଷୀଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳ ଙ୍କ ଗସ୍ତ ପରେ ଦୁର୍ଗମ ଅଞ୍ଚଳବାସି ସମସ୍ତ ସୁବିଧା ପାଇବେ ବୋଲି ଆଶା ରଖିଥିବା ଅଞ୍ଚଳବାସି ଆନନ୍ଦର ସହ ପ୍ରକାଶ କରିଛନ୍ତି।

You may have missed